ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ବିବାଦୀୟ ନିୟମ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନିୟମକୁ ନେଇ ଛାତ୍ରମାନଙ୍କ ମଧ୍ୟରେ କ୍ଷୋଭ ବୃଦ୍ଧି ପାଉଥିବା ଦେଖି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ୟୁଜିସିର ଏହି ନୂଆ ନିୟମରେ ଓବିସି, ଏସସି, ଏସଟି ଛାତ୍ରଙ୍କ ନିର୍ଯାତନା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେବାକୁ କୁହାଯାଇଥିଲା । ଅନ୍ୟପକ୍ଷେ ସାଧାରଣ ବର୍ଗର ଛାତ୍ରଙ୍କ ପାଇଁ ସେପରି କୌଣସି ଆଶ୍ୱାସନା ଏଥିରେ ନ ଥିଲା । ଏହା ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ୟୁଜିସିର ଏହି ନିୟମ ଅତ୍ୟନ୍ତ ଅସ୍ପଷ୍ଟ । ତେଣୁ ବର୍ତ୍ତମାନ ପାଇଁ 2012ର ନିୟମ କାର୍ଯ୍ୟକାରୀ ହେବ ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିୟମାବଳୀକୁ ଚାଲେଞ୍ଜ କରି ଆଗତ ଆବେଦନ ଉପରେ ଶୁଶାଣି କରି କେନ୍ଦ୍ର ସରକାର ଏବଂ ୟୁଜିସିକୁ ନୋଟିସ ଜାରି କରିଛନ

ତି । ଏହି ନୂଆ ନିୟମାବଳୀରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭେଦଭାବ ଅଭିଯୋଗର ତଦନ୍ତ କରିବା ଏବଂ ସମାନତାକୁ ପ୍ରୋତ୍ସାହନ ଦେବାପାଇଁ ଏକ କମିଟି ଗଠନ କରିବା ଅତ୍ୟାବଶ୍ୟକୀୟ ଦର୍ଶାଇ ନୂଆ ନିୟମାବଳୀ ଜାନୁଆରୀ 13ରେ ଆଣିଥିଲେ ।

ୟୁଜିସିର ନୂଆ ନିୟମାବଳୀ (ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ) 2026 ଅନୁଯାୟୀ ଏହି କମିଟି ଗୁଡିକରେ ଓବିସି, ଏସସି, ଏସଟି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳାଙ୍କୁ ସାମିଲ କରିବା ବାଧ୍ୟତାମୂଳକ କରାଯାଇଥିଲା । ହେଲେ ସାମାନ୍ୟ ବର୍ଗଙ୍କୁ ନେଇ କିଛି ବି କୁହାଯାଇନାହିଁ ।

ୟୁଜିସିର ରେଗୁଲସନ 2012 ବଦଳରେ ଏହି ନୂଆ ରେଗୁଲେସନ ଆସିଥିଲା । ତେବେ 2012 ନିୟମାବଳୀ ପରାମର୍ଶଦାୟକ ଥିଲା । କିନ୍ତୁ 2026 ନିୟମାବଳୀ ବାଧ୍ୟତାମୂଳକ ଥିଲା । ତେଣୁ ନୂଆ ନିୟମ ବିରୋଧରେ ଆସିଥିବା ଆବେଦନରେ ଦର୍ଶାଯାଇଛି ଯେ, ଜାତି ଆଧାରିତ ଭେଦଭାବକୁ କଠୋର ଭାବେ SC, ST ଏବଂ OBC ସଦସ୍ୟଙ୍କ ବିରୋଧରେ ଭେଦଭାବ ଭାବେ ପରିବେଷିତ କରାଯାଇଛି ।

ଏଥିରେ କୁହାଯାଇଛି, ଜାତିଭିତ୍ତିକ ବୈଷମ୍ୟକୁ କେବଳ SC, ST ଏବଂ OBC ବର୍ଗଙ୍କ ମଧ୍ୟରେ ସୀମିତ କରି ୟୁଜିସି ସାଧାରଣ ବର୍ଗ ତଥା ଅଣସଂରକ୍ଷିତ ବର୍ଗର ପିଲାଙ୍କ ସଂସ୍ଥାଗତ ସୁରକ୍ଷା ତଥା ଅଭିଯୋଗ ଶୁଣାଣିକୁ ମନା କରିଦେଇଛି । ଯାହାଫଳରେ ସେମାନଙ୍କୁ ଜାତି ପରିଚୟ ଆଧାରରେ ଭେଦଭାବ କିମ୍ବା ନିର୍ଯାତନାର ଶିକାର ହେବାକୁ ପ଼ଡିପାରେ । ତେଣୁ ଏହି ନିୟମକୁ ଅନେକ ସ୍ଥାନରେ ବିରୋଧ କରାଯାଇଥିଲା । ବିଭିନ୍ନ ଛାତ୍ର ଗୋଷ୍ଠୀ ଏହମ ସଂଗଠନ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ୟୁଜିସିକୁ ନେଇ ନୂଆ ନିୟମ ସୁପ୍ରିମ କୋର୍ଟଙ୍କ ଆଦେଶ ଉପରେ ପ୍ରସ୍ତୁତ କରାଯାଇଥିଲା । ଭେଦଭାବ ଶିକାର ଅଭିଯୋଗର ଯାଞ୍ଚ ଏବଂ ସମାନତା ବୃଦ୍ଧି ପାଇଁ ସମସ୍ତ ଉଚ୍ଚ ଶିକ୍ଷାସଂଗଠନରେ ସମତା ସମିତି ଗଠନ ବାଧ୍ୟତାମୂଳକ କରିବା ପାଇଁ ନୂଆ ନିୟମ ଜାନୁଆରୀ 13ରେ ଅଧିସୂଚିତ କରାଯାଇଥିଲା ।

ତେବେ ୟୁଜିସି ଅଧିନିୟମ 2026 ଅନୁସାରେ ଏହି କମିଟିରେ ଓବିସି, ଏସସି, ଏସଟି, ଦିବ୍ୟାଙ୍ଗ, ମହିଳାଙ୍କୁ ପ୍ରତିନିଧି ଭାବେ ସାମିଲ କରିବାକୁ ବାଧ୍ୟ କରାଯାଇଥିଲା । କିନ୍ତୁ ସାଧାରଣବର୍ଗଙ୍କ ପାଇଁ କିଛି କୁହା ଯାଇ ନଥିଲା । ଏହି ନିୟମାବଳୀ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବା ସହ ଛାତ୍ର ଗୋଷ୍ଠୀ ଏବଂ ସଂଗଠନ ଗୁଡ଼ିକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

0 Comments