ରାୟପୁର: ପୁରୁଛି କଣ୍ଟ, ଲାଲଗଡ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଆଜି ଛତିଶଗଡ ବସ୍ତରରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି 108 ନକ୍ସଲ । ଏନେଇ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଉପରେ 3 କୋଟି 95 ଲକ୍ଷର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ ସରକାର ।

ଉପମୁଖ୍ୟମନ୍ତ୍ରୀ

ng-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;"> ବିଜୟ ଶର୍ମା କହିଛନ୍ତି, ‘108 ନକ୍ସଲ 101 ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଯେଉଁଥିରେ 6ଟି ଏକେ-47, ଗୋଟିଏ ଏକେ-47 ପିଏଆରଜି , 11ଟି ଇନସାସ୍‌ ରାଇଫଲ, 1 କାର୍ବାଇନ, 5ଟି ଏସଏଲଆର ରାଇଫଲ, ବିଜିଏଲ ରହିଛି । 108 ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ କମ୍ପାନୀ ପ୍ଲାଟୁନ, ପିପିସିଏମ, ଏରିଆ କମିଟି ମେମ୍ବର, ପାର୍ଟି ମେମ୍ବର ନକ୍ସଲ ରହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆହୁରି କହିଛନ୍ତି ନକ୍ସଲଙ୍କ ଡ୍ରମ୍‌ ମିଳିଛି । ସେଥିରୁ 3 କୋଟି 60 ଲକ୍ଷ ଟଙ୍କା ଓ ଏକ କେଜି ସୁନା ଜବତ ହୋଇଛି । ନକ୍ସଲ ମାନେ ବିଜାପୁର ଇନ୍ଦ୍ରାବତୀ ନଦୀ ନିକଟରେ ମାଟି ତଳେ ପୋତି ରଖିଥିଲେ ଏହି ଡ୍ରମ୍‌ ।

ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଆହୁରି କହିଛନ୍ତି, ବସ୍ତର ଅଞ୍ଚଳରେ 30ଟି ଏରିଆ କମିଟି ରହିଛି । ଯେଉଁଥିରୁ 26ଟି ଏରିଆ କମିଟି ନକ୍ସଲ ମୁକ୍ତ ହେଲାଣି । ଆଉ 4ଟି କମିଟି ଉପରେ କାର୍ଯ୍ୟ ଜାରି ରହିଛି । ଆସନ୍ତା 31 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ କରାଯିବ ।

ଦେଶରୁ ମାର୍ଚ୍ଚ 31 ସୁଦ୍ଧା ମାଓମୁକ୍ତ କରାଯିବା ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଫଳରେ ଧୀରେ ଧୀରେ ମାଓମୁକ୍ତ ହେଉଛି ଛତିଶଗଡର ଏକାଧିକ ଅଞ୍ଚଳର । ଡେଡ୍‌ଲାଇନ ପାଖେଇ ଆସୁଥିବାରୁ ନକ୍ସଲ ବିରୋଧୀ ଅପରେସନ ଜୋରଦାର କରାଯାଉଛି । କେଉଁଠି ଗୁଳି ବିନିମୟରେ ନକ୍ସଲ ଟଳୁଥିବା ବେଳେ ଆଉ କେଉଁଠି ସରକାରଙ୍କ ନୀତିରେ ଆକୃଷ୍ଟ ହୋଇ ମାଓ କ୍ୟାମ୍ପ ଛାଡି ଆତ୍ମସମର୍ପଣ କରୁଛନ୍ତି ନକ୍ସଲ ।


0 Comments