ନୂଆଦିଲ୍ଲୀ: 

ont-size: 20px;">ମଧ୍ୟପ୍ରାଚ୍ୟରେ ଘନେଇବାରେ ଲାଗିଛି ଯୁଦ୍ଧ ସଙ୍କଟ । ଏହାର ପ୍ରଭାବ ଭାରତରେ ଦେଖିବାକୁ ମିଳୁଛି । କମର୍ସିଆଲ ସିଲିଣ୍ଡର ଯୋଗାଣ ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ସଙ୍କଟରେ ହୋଟେଲ ଶିଳ୍ପ । ଏହାରି ଭିତରେ ଘରୋଇ ଗ୍ୟାସ ଉପଭୋକ୍ତାଙ୍କ ଛାତିରେ ଛନକା। ଗ୍ୟାସ ନମିଳିବା ଭୟରେ ଏଜେନ୍ସି ଆଗରେ ଲଗାଉଛନ୍ତି ଲମ୍ବା ଲାଇନ । ଦେଶର ବିଭିନ୍ନ ପ୍ରାନ୍ତରୁ ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ଆଜି କେନ୍ଦ୍ର ସରକାର ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ସୁଜାତା ଶର୍ମା କହିଛନ୍ତି, ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ ।

ତେବେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ 8ରୁ ରିଫାଇନାରି ଗୁଡିକୁ ଅଧିକ ଏଲପିଜି ଉତ୍ପାଦନ କରିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ସୁଜାତା କହିଛନ୍ତି । ଏଥିରେ ଘରୋଇ ଉପଭୋକ୍ତାଙ୍କୁ ପ୍ରାଥମିକତା ଦେବାକୁ କୁହାଯାଇଛି । ତେବେ କମର୍ସିଆଲ ଏଲପିଜି ହସ୍ପିଟାଲଠୁ ନେଇ ଜରୁରୀ କାଳୀନ କ୍ଷେତ୍ରକୁ ପ୍ରାଥମିକତା ସହକାରେ ପ୍ରଦାନ କରାଯାଉଛି । ତେବେ ସରକାର ଏଥିରେ ହସ୍ତକ୍ଷେପ କରିଥିବାରୁ ଏଲପିଜିର ଦର ଅଧିକ ବୃଦ୍ଧି ପାଇନାହିଁ ।

ନୂଆଦିଲ୍ଲୀରେ ବର୍ତ୍ତମାନ 14.2 କିଲୋ ଘରୋଇ ସିଲିଣ୍ଡରର ଦାମ୍‌ 913 ଟଙ୍କା ରହିଛି । ତେବେ ବିବ୍ରତ ନହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଆବଶ୍ୟକ ନଥିଲେ ଭୟଭୀତ ହୋଇ ବୁକିଂ କରନ୍ତୁ ନାହିଁ ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପରାମର୍ଶ ଦେଇଛିି ।

0 Comments