ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ନାମରେ ଆଉ ଏକ ରେକର୍ଡ ଯୋଡି ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା 100 ମିଲିୟନ ପାର କରିଛି । ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଲୋଅର୍ସ ସଂଖ୍ୟାଠାରୁ ଦୁଇଗ
ୁଣରୁ ଅଧିକ ରହିଛି । ଏଭଳି ମାଇଲଖୁଣ୍ଟ ଅତିକ୍ରମ କରିବାରେ ବିଶ୍ୱର ପ୍ରଥମ ନେତା ଏବଂ ରାଜନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
2014 ମସିହାରେ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଗତ ଦଶ ବର୍ଷ ମଧ୍ୟରେ, ତାଙ୍କ ଆକାଉଣ୍ଟ ବିଶ୍ୱର ଟପ୍ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ କୁହାଯାଇଛି ଯେ, ଏହି ପ୍ଲାଟଫର୍ମରେ ତାଙ୍କର ଉପସ୍ଥିତି ନିରନ୍ତର ବଢୁଛି, ଯାହା ଭାରତ ଏବଂ ବିଦେଶରେ ଲୋକଙ୍କ ସହ ସଂଯୋଗ ସ୍ଥାପନ କରୁଥିବା ଏକ ନିରନ୍ତର ପ୍ରସାର ରଣନୀତିକୁ ପ୍ରତିଫଳିତ କରୁଛି ।
ତେବେ ପ୍ରମୁଖ ଆନ୍ତର୍ଜାତୀୟ ନେତାଙ୍କ ମଧ୍ୟରେ, ବର୍ତ୍ତମାନ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋଅର୍ସ ଥିବା ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଫଲୋଅର୍ସ ସଂଖ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ରହିଛି । ବିଶ୍ୱର ପାଞ୍ଚ ପ୍ରମୁଖ ନେତାଙ୍କ ମୋଟ ଫଲୋଅର୍ସଙ୍କ ସଂଖ୍ୟା, ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଫଲୋଅର୍ସ ସଂଖ୍ୟାଠାରୁ କମ୍ ରହିଛି । ଇନଷ୍ଟାଗ୍ରାମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 43.2 ମିଲିୟନ ଫଲୋଅର୍ସ ରହିବା ସହ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ 15 ମିଲିୟନ ଫଲୋଅର୍ସ, ବ୍ରାଜିଲ ରାଷ୍ଟ୍ରପତି ଲୁଲାଙ୍କ 14.4 ମିଲିୟନ ଫଲୋଅର୍ସ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟପ୍ ଏର୍ଡୋଗାନ୍ଙ୍କ 11.6 ମିଲିୟନ ଫଲୋଅର୍ସ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ 6.4 ମିଲିୟନ ଫଲୋଅର୍ସ ଅଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ବିଟର)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 106.2 ମିଲିୟନ ଫଲୋଅର୍ସ ଅଛନ୍ତି । ଫେସବୁକରେ ତାଙ୍କର 54 ମିଲିୟନ ଫଲୋଅର୍ସ ଅଛନ୍ତି ।