ପାଟଣା( ବିଜୟ ମହାନ୍ତ): ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ର୍ଥ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅଶ୍ୱନୀ କୁମାର ନାଏକ ଯୋଗ ଦେଇ ପ୍ରଦୀପ ଜାଳି ଏହି ଉତ୍ସଵକୁ ଉଦ୍ଘାଟନ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ମୂଲ୍ୟବୋଧର ଗୁରୁତ୍ୱାରୋପ କରିଥିଲେ. ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଡିଗ୍ରୀ କଲେଜ ଅଧ୍ୟକ୍ଷ ପଦ୍ମଲୋଚନ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ପାଟଣା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁସନତା ଶୋଭାଲିନ ମହାପାତ୍ର, ମଦନ ମୋହନ ମହାନ୍ତ, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା
ସହ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ନାଟକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷା ସହ ପାଠ୍ୟ କାର୍ଯ୍ୟକଳାପ ଓ କ୍ରୀଡା କ୍ଷେତ୍ରରେ କୃତିତୋ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଶିକ୍ଷକ ସୁଭାଷ ଚନ୍ଦ୍ର ବେହେରା, ସତ୍ୟାନନ୍ଦ ପାଣିଗ୍ରାହୀ, ଚନ୍ଦ୍ରକାନ୍ତ ନାଏକ, ପ୍ରିୟଦର୍ଶନ ସାହୁ, ଆଶିଷ କୁମାର ନାଏକ, ଅଜିତ କୁମାର ନାଏକ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସ୍ଵାତି ସୁଚରିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରାଭିଭାବକ ଯୋଗ ଦେଇଥିଲେ ।