କେନ୍ଦୁଝର:ସରକାରୀ ଉଚ୍ଚ ବିଦ୍ୟାଳୟ,ରାଇସୁଆଁ ଠାରେ  ପରିବେଶ ନିମନ୍ତେ ଧାରଣୀୟ ଜୀବନ ଶୈଳୀ ଉପରେ ଜିଲ୍ଲା ସ୍ତରୀୟ ଇକୋ ପ୍ରଦର୍ଶନୀ ଗୁରୁବାର ରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇ ଇକୋ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ମହାନ୍ତ,ରୁଦ୍ର ନାରାୟଣ ସାମଲ,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ,ହରିଚନ୍ଦନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ସଦର ସହ ଗୋଷ୍ଠୀ ଅଧିକାରୀ ମାନସ ରଞ୍ଜନ ମିଶ୍ର,ସରକାରୀ ଉଚ୍ଚ ବିଦ୍ୟାଳୟ ରାଇସୁଆଁର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ସାହୁ ଯୋଗ ଦେଇଥିଲେ।୧୩ ଟି ବ୍ଲକରୁ ମୋଟ ୫୨ଟି ଇକୋ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପଦ୍ମପୁର ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରସନ୍ନ କୁମାର ପ୍ରଧାନ,ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସନତ କୁମାର ଦାସ,ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।ଅପରାହ୍ନ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର ପୂର୍ଣ୍ଣଚନ୍ଦ୍ର ବରିହା ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁଝର ସୁଦୀପ୍ତ କୁମାର ପଣ୍ଡା ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ଯତ୍ନବାନ ହେ

ବା ପାଇଁ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ସତ୍ୟନାରାୟଣ ମହାନ୍ତ, ରୁଦ୍ର ନାରାୟଣ ସାମଲ,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ହରିଚନ୍ଦନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ,ଝୁମ୍ପୁରା ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ସଦର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର,ତରଣୀସେନ ମୁଣ୍ଡା,କପିଳ ଚନ୍ଦ୍ର ଦାସ ଯୋଗ ଦେଇଥିଲେ।ଉକ୍ତ ପ୍ରଦର୍ଶନୀରେ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟ,କେଶଦୁରାପାଳ ର ସାଇ ନାରାୟଣ ମହାରଣା ପ୍ରଥମ ସ୍ଥାନ,ଏଲ୍. ଏନ୍. ସରକାରୀ ଉଚ୍ଚ ବିଦ୍ୟାଳୟ,ମହଦେଇଯୋଡାର ସୁଶ୍ରୀ ଆଲିସା ଦାସ ଦ୍ଵିତୀୟ ସ୍ଥାନ ଏବଂ ଝାଲମଣୀ  ଉଚ୍ଚ ବିଦ୍ୟାଳୟ,ଡେଣୁଆଁ ର ପ୍ରଜ୍ଞାରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଇକୋ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ର ଜିଲ୍ଲା ସ୍ତରୀୟ ଇକୋ ପ୍ରଦର୍ଶନୀ କାର୍ଯ୍ୟକୁ ଜିଲ୍ଲା ସଂଯୋଜକ ଭାବେ ସମ୍ପାଦନ କରିବା ସହ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ।ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ,ରାଇସୁଆଁ ର ପ୍ରଧାନଶିକ୍ଷକ ନିର୍ମଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ରାଇସୁଆଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲ୍ଲାର ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

0 Comments