ଢେଙ୍କିକୋଟ( ତପନ ବେହେରା) ସଂସ୍କୃତି, ପରମ୍ପରା ଓ ଲୋକଗୀତକୁ ବଞ୍ଚାଇ ରଖିବା ସହିତ ଏହାର ବିସ୍ତାର ଲାଭ ଲକ୍ଷରେ କାର୍ଯ୍ୟ କରୁଥିବା ତଥା ପାଲା ଦାଶକାଠିଆ ପରି କାର୍ଯ୍ୟକ୍ରମକୁ ଜନାଦୃତ କରିବାରେ କାର୍ଯ୍ୟ କରୁଥିବା କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକ ପ୍ରଗତି ଟ୍ରଷ୍ଟର ୧୩ ତମ ବାର୍ଷିକ ଉତ୍ସବ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଟ୍ରଷ୍ଟର ମାର୍ଗଦର୍ଶକ ଡକ୍ଟର ଧୀରେନ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଟ୍ରଷ୍ଟର ସଭାପତି ଧନେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସଭା ଅବସରରେ  ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲା ଜଜ ତଥା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଇ. ବିଘ୍ନେଶ୍ୱର ରାଓ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁ, ସମ୍ମାନ୍ବିତ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଅଧ୍ୟକ୍ଷ ନିରାକାର ସ୍ୱାଇଁ,ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ, ମୁଖ୍ୟ ବକ୍ତା ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁ ର ପୂର୍ବତନ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ପଣ୍ଡା ଓ ସମ୍ମାନ୍ବିତ ବକ୍ତା ଭାବେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଭାବେ ସାଂସ୍କୁତିକ ପ୍ରଗତି ଟ୍ରଷ୍ଟର ପ୍ରତିଷ୍ଠାତା ବରିଷ୍ଠ  ଅଧିବକ୍ତା ପତିତ ପାବନ ନାଥ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ମାନେ ଓଡ଼ିଆ ଲୋକ ସଂସ୍କୃତି ଓ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ପାଲା ଓ ଓଡ଼ିଆ ଭାଷା ସାହିତ୍ୟର ବିକାଶ କରିବା ଜରୁରୀ ବୋଲି  ମତ ବ୍ୟକ୍ତ କରିଥିଲେ। କଳାକାରର ମୃତ୍ୟୁ ନାହିଁ ଓ ଜଣେ କଳାକାର ହିଁ ନିଜେ କଷ୍ଟ ସ୍ୱୀକାର କରି କଠିନ ସାଧନା ମାଧ୍ୟମରେ ସମାଜରେ ଦିଗଦର୍ଶନ ପ୍ରଦାନ

କରିବା ସହ ଲୋକଙ୍କ ଭିତରେ ସାମାଜିକ ସଂସ୍କାର  ଆଣିଥାଏ ବୋଲି ବକ୍ତା ମାନେ କହିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ କଲେଜ ପରିସରରେ ଅତିଥି ଗଣଙ୍କ ସହ ଟ୍ରଷ୍ଟର ସଦସ୍ୟ ମାନେ ବୃକ୍ଷରୋପଣ କରି ପରିବେଶ ସଂରକ୍ଷଣ କରିବାର ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ଶିକ୍ଷାବିତ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମାର୍ଗଦର୍ଶକ ଡକ୍ଟର ଧୀରେନ ମହାନ୍ତିଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ତାଙ୍କ ଦିଗଦର୍ଶନକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଟ୍ରଷ୍ଟର ସହ ସମ୍ପାଦକ ଅଲେଖ ଚନ୍ଦ୍ର ସେଠୀଙ୍କ ପୁରାଣ ସଂସ୍କୃତି ଲୋକକଳା ଓ ଲୋକଗୀତର ଗହନ ଶିକ୍ଷା ଉପରେ ପର୍ଯ୍ୟବେସିତ ପୁସ୍ତକ "ପୁରାଣର ଚାରିକଥା"ର ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସଙ୍ଗୀତଜ୍ଞ, ପାଲାମଞ୍ଚ , ପାଲା କଳାକାର, ସାମ୍ବାଦିକ, ସମାଜସେବୀ ପ୍ରମୁଖଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମିଡିଆ ସେଲ ଅଧ୍ୟକ୍ଷ ସତ୍ୟଜିତ ସାମନ୍ତରାୟ ସଂଯୋଜନା କରିଥିବା ବେଳେ ସଭାପତି ଧନେଶ୍ୱର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ଏହି ବୈଠକରେ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ମହାନ୍ତି, ଉପସଭାପତି ଡ଼ ରାଜକିଶୋର ସାମଲ, ପ୍ରଚାର ପ୍ରସାର ପ୍ରମୁଖ ସତ୍ୟଜିତ ସାମନ୍ତରାୟ,ସହ ସମ୍ପାଦକ ଅଲେଖ ଚନ୍ଦ୍ର ସେଠୀ, ସାଂସ୍କୃତିକ ସମ୍ପାଦକ ଶ୍ରୀବତ୍ସ ନାହାକ, ଅର୍ଥ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ସଂଗଠନ ସମ୍ପାଦକ ଗୟାଧର ନାଥ, ସଂଯୋଜକ ପ୍ରତାପ କୁମାର ସାହୁ, ସହ ସଂଯୋଜକ ଯୋଗେନ୍ଦ୍ର ମହାନ୍ତ, ଉପଦେଷ୍ଟା ଜଗବନ୍ଧୁ ମହାନ୍ତ, ବୈଲୋଚନ ନାଏକ, ସମାଜସେବୀ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜଗବନ୍ଧୁ ମହାନ୍ତଙ୍କ ଧନ୍ୟବାଦ ଅର୍ପଣ ସହିତ ବୈଠକ ଶେଷ କରାଯାଇଥିଲା।

0 Comments