କେନ୍ଦୁଝର:-ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ ହାଟିଂ ସୁନାନଦୀ ଅବବାହିକାରେ ଥିବା ଏକ ପରିତ୍ୟକ୍ତ ଦୁର୍ଗମ ବନାଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଚାଷକୁ ମୂଳୋତ୍ପାଟନ କରିଛି କେନ୍ଦୁଝର ଜିଲା ପୋଲିସ । ଅପହଞ୍ଚ ହୋଇଥିବା ଏହି ଅଗ୍ନାଅଗ୍ନୀ ବନସ୍ଥରେ ନିଶା ବେପାରୀ ମାନଙ୍କର ଚାଲିଥିଲା କଳା ସାମ୍ରାଜ୍ୟ । ଏହି ଚାଷ ସମ୍ପର୍କରେ ଗୁପ୍ତ ସୂଚନା କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ପାଇବା ପରେ ବଡବିଲ ପୋଲିସର ଅପରେସନ ଆରମ୍ଭ ହୋଇଥିଲା। ଗୁରୁବାର ସକାଳସମୟରେ ପୋଲିସ ଦ୍ୱାରା ଗଠନ ହୋଇଥିବା ଟିମ୍ ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆଙ୍କ ନେତୃ

୍ୱରେ ଏହି ଚଢାଉ କରିଥିଲା । ଏଥିରେ ବଡବିଲ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଡ୍ୟୁଟିରେ ଏହି ଚଢାଉରେ ସାମିଲ ଥିଲେ ।

ପ୍ରାୟ ୨ ଏକର ପରିମିତ ଜମିରେ ଅଫିମ ଗଛର ଫୁଲ ଏବଂ ସମ୍ପୂର୍ଣ୍ଣ ଗଛକୁ ପୋଲିସ ଫୋର୍ସ ବଡବିଲ ଆଇଆଇସି ଅଶୋକ କୁମାର ନାୟକଙ୍କ ନିର୍ଦ୍ଦେଶରେ ମୂଳତତ୍ପାଟନ କରି ନଷ୍ଟ କରି ଦେଇଥିଲେ । ଏହି ଗଛରୁ ପ୍ରସ୍ତୁତ ଅଫିମର ମୂଲ୍ୟ ଆନୁମାନିକ ସାତ କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଉଛି । ବେଳ ଥାଉ ଥାଉ ଗଛ ପୂର୍ଣ୍ଣ ବିକଶିତ ହେବା ପୂର୍ବରୁ ପୋଲିସ ଏହାକୁ ନଷ୍ଟ କରି ଦେଇଥିଲା । ତେବେ ଜିଲାରେ ପ୍ରଥମଥର ପାଇଁ  ଅଫିମ ନିଶା ଗଛ ଜିଲା ପୋଲିସ ଠାବ କରିଛି ଏବଂ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଜଣାପଡିଛି ।

0 Comments