ଭୁବନେଶ୍ବର: ଆରପାରିରେ ମେଲୋଡି କିଙ୍ଗ୍ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର । ଏମ୍ସ
େ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଲିଭର ସିରୋସିସ ସେ ପୀଡିତ ରହି ଚିକିତ୍ସାଧୀନ ରହିଥିଲେ । ଗତ ଅଗଷ୍ଟ 31ରେ ପ୍ରଥମେ କଟକର ଘରୋଇ ହସ୍ପିଟାଲ ପରେ ସେପ୍ଚେମ୍ୱର 4ରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରାୟ 4 ମାସ ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ଆଜି (ଜାନୁଆରୀ 25)ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅଭିଜିତ ମଜୁମଦାର । ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ବିୟୋଗରେ ପରିବାର, ଓଲିଉଡ ଓ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର କଟକ ସ୍ଥି ବାସଭବନ ପହଞ୍ଚିଛି । ଯେଉଁଠାରେ ତାଙ୍କ ଶେଷ ଦର୍ଶନ କରିବେ ସେଲିବ୍ରିଟି ସମେତ ସମ୍ପର୍କୀୟ । ଅନେକ ସେଲିବ୍ରିଟି ହସ୍ପିଟାଲ ଓ ବାସଭବନ ପହଞ୍ଚିଛନ୍ତି ।ଏଥିସହ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିନେତା ସବ୍ୟସାଚୀ ମହାପାତ୍ର ସମେତ ଅନେକ ନେତା, ମନ୍ତ୍ରୀ ଓ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ବିୟୋଗ ଓଲିଉଡ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ଅଭିଜିତ ମଜୁମଦାର ଜଣେ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ । ସେ ଅନେକ ଆଲବମ, ସିରିଏଲ ଓ ଫିଲ୍ମ ପାଇଁ ଗୀତ ଗାଇବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେ ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଲିଉଡରେ କାମ କରିଥିଲେ । 1991ରେ ସଙ୍ଗୀତ ଇଣ୍ଡଷ୍ଚ୍ରିରେ ପାଦ ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ୱଲପୁରୀ ଆଲବମ ଥିଲା 'ଦକ୍ସି ଗଲା' । 2000 ମସିହାରେ ସେ 'କାଶିଆ କପିଳା' ଫିଲ୍ମ ସହ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । ସେ ସମ୍ୱଲପୁରୀ ସହ ଓଡ଼ିଆ ଫିଲ୍ମ, ଆଲବମ୍ ଓ ସିରିଏଲରେ ଅନେକ ଗୀତ ପ୍ରସ୍ତୁତ କରିଛନ୍ତି । ସେ ନିଜ କ୍ୟାରିଅରରେ ମୋଟ 700ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।