ପାଟଣା:-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ବର୍ଣ୍ଣକ୍ଷେତ୍ର ,ଗଦଗଦି ର ମାତୃ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷା ବିକାଶ ସମିତିଙ୍କ ପ୍ରାନ୍ତ ସଂସ୍କାର କେନ୍ଦ୍ର ସଂଯୋଜକ ନରୋତ୍ତମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତା ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମସ୍ତଙ୍କର ଶୁଭ ମନାସିବା ସହିତ ଉପସ୍ଥିତ ମାଆ ମାନଙ୍କୁ ଆଦର୍ଶ ଶିଶୁ ନିର୍ମାଣ ନିମନ୍ତେ ମାଆ ମାନଙ୍କର ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ବ ହିନ୍ଦୁ ପରିଷଦ ର ପାଟଣା ଖଣ୍ଡର ସତସଙ୍ଗ ପ୍ରମୁଖ ନିରଞ୍ଜନ ମହାନ୍ତ ଯୋଗଦେଇ ପରିବାର ଗଠନରେ ମାଆ ମାନଙ୍କର ଭୂମିକା , ପର

ଯ୍ୟାବରଣର ସୁରକ୍ଷା ଏବଂ ଆଦର୍ଶ ହିନ୍ଦୁ ଗୃହ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଭାପତି ଡମ୍ବରୁଧର ମହାନ୍ତ , ଉପସଭାପତି ସନାତନ ପଲେଇ , ସଦସ୍ୟା ବୈଦେହୀ ମହାନ୍ତ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଭକ୍ତବନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ପ୍ରତିମା ମହାନ୍ତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଉତ୍ସବରେ ୧୩୯ ଜଣ ମାଆଙ୍କ ସମେତ ବିଦ୍ୟାଳୟର ଆଚାର୍ଯ୍ୟା ଓ ସେବିକା ଭଉଣୀ ମାନେ ଉପସ୍ଥିତ ରହି ଏହାକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ ।

0 Comments