ଭୁବନେଶ୍ବର: 

;ରାଜ୍ୟରେ ଘରେ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଛି ଓଡ଼ିଶା ଶକ୍ତି ବିଭାଗ l 735 କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟରେ 2 କିଲୋୱାଟ ପର୍ଯ୍ୟନ୍ତ ଥିବା 8 ଲକ୍ଷ 75 ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଏହି ବାବଦକୁ 340 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି 2 ଲକ୍ଷ 78 ହଜାର 100 ଉପଭୋକ୍ତା ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବେ । ଏଥିପାଇଁ 88 କୋଟି ଟଙ୍କା ଖର୍ଚ୍ଚ ହେବ l ମାର୍ଚ୍ଚ 2025 ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କୁ ମିଟର ଭଡା ବାବଦକୁ 307 କୋଟି ଟଙ୍କା ବହନ କରିବେ ସରକାର । ସ୍ମାର୍ଟ ମିଟର ଏବଂ ମିଟର ଭଡା ଛାଡ଼କୁ ଲଗାଇ 735 କୋଟି ଖର୍ଚ୍ଚ କରିବେ ସରକାର ।

ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ l ଓଡ଼ିଶାରେ TPCODL, TPNODL, TPSODL, TPWODL ପାଇଁ ଲାଗୁ କରାଯାଇଛି l ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ 88 କୋଟି ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଶକ୍ତି ବିଭାଗ ଅଧୀନରେ ରହିବ । ବିଦ୍ୟୁତ୍ ବିତରକ କମ୍ପାନି ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।

0 Comments