କେନ୍ଦୁଝର :+ଆଜି କେନ୍ଦୁଝର ପୋଲସର ଅପରେସନ ଗୋ ରକ୍ଷକରେ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି। ଏନେଇ ଆଜି କେନ୍ଦୁଝର ଟାଉନ ଥାନା ରାଙ୍କି ଗ୍ରାମରେ ତପନ କୁମାର ବାରିକ (ଟିଟୁ ବାରିକ) ଘରେ ଚଢ଼ାଉ କରିଛି କେନ୍ଦୁଝର ପୋଲିସ। ପୋଲିସ ଚଢ଼ାଉ ବେଳେ ତପନ ବାରିକ ଘରେ ନଥିବା ବେଳେ ତାଙ୍କ ପରିବାରଙ୍କ ଉପସ୍ଥିତ ରେ ଏହି ଚଢାଉ ଜାରୀ ରହିଛି। ତାଙ୍କ ଘରେ ତନତନ୍ କରି ଚାନଭିନ କରୁଛି ପୋଲିସ। ସେହିପରି ଗୋ ଚାଲାଣ ରେ ସମୃକ୍ତ ନେ଼ଇ ଟାଉନ ଥାନା ଅନ୍ତର୍ଗତ ଦୁଃଖିଆ ଛକରେ ଥିବା ଏମ ଡି

ାସିର ଙ୍କ ଘରେ ମଧ୍ୟ ଚଢାଉ କରିଛି କେନ୍ଦୁଝର ପୋଲିସ। ଏହାସହ ସେମାନଙ୍କ କେଉଁ କେଉଁ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ କରି ଏହି ସାମ୍ରାଜ୍ୟକୁ ବିସ୍ତାର କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ଏନେଇ ସବିଶେଷ ତଥ୍ୟ ଚଢାଉ ସରିଲା ପରେ ପ୍ରକାଶ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି। କେନ୍ଦୁଝର ଟାଉନ ଥାନା ଅଧୀନରେ ଏହି ଦୁଇ ଜଣ ଦୀର୍ଘଦିନ ଧରି ଗୋ ଚାଲାଣ କରୁଥିବା ବେଳେ ପୋଲିସ ହାତରୁ ଖସି ସାମ୍ରାଜ୍ୟ କିପରି ବିସ୍ତାର କରିଥଲେ ସେନେଇ ସାଧାରଣରେ ଆଲୋଚନା ହେଉଛି।

0 Comments