ଭୁବନେଶ୍ବର: ଆନ୍ଦୋଳନରୁ ହଟିଲା ମିଲର୍ସ ସଂଘ । ସର୍ତ୍ତମୂଳକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ମିଲର୍ସ ସଂଘ । ଆସନ୍ତାକାଲିଠୁ ସ୍ବାଭାବିକ ହେବ ଧାନକିଣା । ମଣ୍ଡିରୁ ଉଠିବ ଧାନ । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲା ମିଲର୍ସ ସଂଘ ।
ଆନ୍ଦୋଳନକୁ ପ୍ରତ୍ୟାହୃତ କଲା ମିଲର୍ସ ସଂଘ । 4 ଦଫା ଦାବିରୁ ସରକାର ଗୋଟିଏ ଦାବି ମାନିଛନ୍ତି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ମିଲର୍ସ ସଂଘ । ରାଜ୍ୟ ସରକାରଙ୍କୁ 15 ଦିନର ମହଲତ ଦେଇଛି ମିଲର୍ସ ସଂଘ । ଏନେଇ ମିଲର୍ସ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କୁହାଯାଇଛି ।
୪ଟି ମୁଖ୍ୟ ଦାବି ଉପରେ ଆମେ ସରକାରଙ୍କ ସହ ଆଲୋଚନା କରିଛୁ । ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ୍ୟ ମାଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଆଜିକୁ ୩ ଦିନ ହେଲାଣି ଆମର ଧାରଣା ଚାଲିଥିଲା । ବିଭାଗୀୟ ମନ
୍ତ୍ରୀ ଆମର ଗୋଟିଏ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ୩ ଦାବି ଉପରେ ବିଚାର ବିମର୍ଶ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଆସନ୍ତା ୧୫ ଦିନ ମଧ୍ୟରେ ଅନ୍ୟ ୩ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତିକୁ ରକ୍ଷା କରିବେ ସରକାର ବୋଲି ଆମର ଆଶା । ଆସନ୍ତା ମକର ସଂକ୍ରାନ୍ତି ପାଇଁ ଆଜି ଠାରୁ ଆମେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵାଭାବିକ ହେବ ମିଲ୍ । ଆସନ୍ତାକାଲି(ଗୁରୁବାର) ଠାରୁ ଧାନ ଉଠାଯିବ ।’ ବୋଲି ମିଲର୍ସ ସଂଘ କହିଛି ।
ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ରାଜ୍ୟର ସ୍ବାଭାବିକ ହେଲା ଧାନ କିଣା । ମିଲର୍ସ ସଂଘ ସହ ଆଲୋଚନା ହୋଇଛି l ୪ ଦଫାରୁ ୨ ଦଫା ଦାବି ପୂରଣ ପାଇଁ ସରକାର ପ୍ରସ୍ତୁତ l ମିଲର ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ । 19ଟି ଜିଲ୍ଲାରୁ ଧାନ କିଣା ଆରମ୍ଭ ହୋଇଛି । ଏଥିସହ ରାଜ୍ୟ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି l