ପାଟନା(ବିହାର): ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି । ଏକଥା ଆମେ କହୁନୁ ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ ଆସନ୍ତାକାଲି ଏପରି ନିୟମ ଲାଗୁ କରିବାକୁ ଯାଉଛି ।
ତେବେ ଦେଶରେ ଏପରି ନିୟମ ଲାଗୁ କରିବାରେ ବିହାର ପ୍ରଥମ ରାଜ୍ୟ ହୋଇଛି । ଏହି ନିୟମ ଅନୁସାରେ ହିଜାବ ପିନ୍ଧି ଆସୁଥିବା ମହିଳା ସୁନା ଗହଣା କିଣିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନର ଅଧ୍ୟକ୍ଷ ଅଶୋକ କୁମାର ବର୍ମା କହିଛନ୍ତି, ‘ଗହଣା ଦୋକାନରେ ଘଟୁଥିବା ଚୋରି, ଲୁଟ୍ ଘଟଣାକୁ ରୋକିବା ପାଇଁ ଏପରି ପ୍ରତିବନ୍ଧକ ଲାଗୁ କରାଯାଇଛି ।
ng: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;">ଅଶୋକ କୁମାର ବର୍ମା
କହିଛନ୍ତି,‘କେତେକ ସ୍ଥାନରେ ଏପରି ଘଟଣା ଘଟିଛି ବୁର୍ଖା ପିନ୍ଧି ଆସନ୍ତି ଏପରି କାମ କରନ୍ତି । ଏପରିକି ଦୋକାନୀଙ୍କୁ ଗୁଳି ମାରିବା ଘଟଣା ମଧ୍ୟ ନଜିର ରହିଛି । ଏଥିପାଇଁ ଏପରି ନିୟମ ଲାଗୁ କରାଯାଇଛି ।’
କେବଳ ମହିଳା ନୁହେଁ ପୁରୁଷଙ୍କୁ ବି ଅପିଲ୍ କରିଛନ୍ତି ଅଶୋକ କୁମାର ବର୍ମା । ସେ କହିଛନ୍ତି, ଯେଉଁ ପୁରୁଷ ମାନେ ଗାମୁଛା, ହେଲମେଟ ପିନ୍ଧିକି ଆସନ୍ତି ତାଙ୍କ ଚେହେରା ବି ଦେଖାଯାଏ ନାହିଁ । ସୁରକ୍ଷା କାରଣରୁ ଏପରି ଅପିଲ୍ କରୁଛୁ ।