କୋଲକାତା: ବିଧାନସଭା ନିର୍ବାଚନ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ମଇଦାନରେ ଦେଖିବାକୁ ମିଳିଲାଣି ରାଜନୈତିକ ଉଷ୍ଣତା । ଟିଏମ
ିଠୁ ନେଇ ବିଜେପି ପ୍ରତ୍ୟେକ ଜିଲ୍ଲାରେ ସଂଗଠନ ସଜାଡିବା ଆରମ୍ଭ କରିବା ସହ ପ୍ରଚାର ଆରମ୍ଭ କରିଦେଲେଣି ।ମଙ୍ଗଳବାର ଇଷ୍ଟ ମେଦିନାପୁର ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇ ବିଜେପି ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପରିବର୍ତ୍ତନ ଶୋଭଯାତ୍ରାରେ ଯୋଗ ଦେଇ ତୃଣମୂଳ କଂଗ୍ରେସ(TMC)କୁ ଜୋରଦାର ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସଭାକୁ ସମ୍ବୋଧନ କରି କହିଛନ୍ତି, ‘ସରକାର ଟଙ୍କା ଚୋରି ପାଇଁ ସିଣ୍ଡିକେଟ୍ ଚଳାଉଛନ୍ତି । ଚାକିରି ନାହିଁ, ଯୁବବର୍ଗଙ୍କ ପାଇଁ କାମ ନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକଳ୍ପ ଅର୍ଥ ବ୍ୟର୍ଥ ଯାଉଛି । ଏଥର ନିର୍ବାଚନରେ ବିଜେପି ବିଜୟ ଲାଭ କରିବ ।
ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ସେ କହିଛନ୍ତି, ‘ଗତ ନିର୍ବାଚନରେ ସେ ନନ୍ଦିଗ୍ରାମରେ ପରାଜିତ ହୋଇଥିଲେ । ଏଥର ମଧ୍ୟ ହେବେ । ଚଳିତ ନିର୍ବାଚନରେ ବିଜେପିର ସମସ୍ତ ପ୍ରାର୍ଥୀ ଜିତିବେ ।’
ଏହି ଅବସରରେ ଶିଶିର ଅଧିକାରୀ କହିଛନ୍ତି, ‘ଆମେ ତାଙ୍କୁ ନନ୍ଦିଗ୍ରାମରୁ ହରାଇଥିଲି । ମେଦିନାପୁରରେ ସେ କେତେ ଶକ୍ତି ପ୍ରଦର୍ଶନ କରିବେ ତାହା ଆମେ ଦେଖିବୁ । ପୂର୍ବରୁ ତାଙ୍କୁ ନନ୍ଦିଗ୍ରାମରୁ ହରାଇଥିଲୁ । ସେ(ମମତା) ଇଷ୍ଟ ମେଦିନାପୁର ବିଷୟରେ ଅଜ୍ଞ, ନନ୍ଦିଗ୍ରାମକୁ ସେ ଜାଣନ୍ତିନି, ଏପରିକି କାନ୍ଥିକୁ ମଧ୍ୟ ଜାଣନ୍ତିନି । ମେଦିନାପୁରରେ ତାଙ୍କୁ ହରାଇବୁ ।’