କେନ୍ଦୁଝର :- ଆମ ରାଜ୍ୟରେ ଦୁଇବର୍ଷ ତଳେ ନବଗଠିତ ଡବଲ ଇଞ୍ଜିନ (ମୋହନ– ମୋଦୀ) ସରକାରର ବହୁ ପ୍ରଚାରିତ ସ୍ଲୋଗାନ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା । ଏହାର ପୂର୍ବବର୍ତ୍ତୀ ଦୀର୍ଘ ୨୪ ବର୍ଷର ସରକାର ଦ୍ରୁତ ଶିଳ୍ପାୟନର ଦ୍ବାହି ଦେଇ ଯେଉଁ ବିକାଶଧାରା ଚଳେଇଥିଲେ, ବର୍ତମାନ ସରକାର ସେହି ଧାରାକୁ ଅଧିକ ତୀବ୍ରତର କରିବା ପାଇଁ ବଦ୍ଧପରିକର। ପ୍ରଚଳିତ ବିକାଶଧାରାର ମୂଳମନ୍ତ୍ର ହେଉଛି ମାଟିତଳେ ଥିବା ପ୍ରାକୃତିକ ଖଣିଜସମ୍ପଦକୁ ଅବିଚାରିତ ଦୋହନ କରିବା, ମୁଖ୍ୟତଃ ରପ୍ତାନିଭିଭିକ ଶିଳ୍ପ ପ୍ରତିଷ୍ଠା କରିବା। ୩୦ବର୍ଷ ତଳେ ଆମ ଦେଶରେ ଯେଉଁ ନବ-ଉଦାରବାଦୀ ଯୁଗ ଆରମ୍ଭ ହେଲା, ଘରୋଇ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ଖଣି ଖାଦାନ ଟେକି ଦେବାର ନୀତି ସହ ଏହି ବିକାଶ ଧାରା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା।

ଏହି ବିକାଶଧାରାର ଫଳସ୍ଵରୂପ ରାଜ୍ୟର ବାର୍ଷିକ ବଜେଟ୍‌ରେ ଖଣି ରାଜସ୍ଵର ମାତ୍ରା ବହୁଗୁଣିତ ହୋଇଛି ସତ, ମାତ୍ର ଆମ ରାଜ୍ୟ ଆଜି ବି ତଳଆଡୁ ଦ୍ବିତୀୟ ଦରିଦ୍ରତମ ରାଜ୍ୟର କଳଙ୍କ ବୋହି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଫୁଲ୍ଲ ସାମନ୍ତରା । ଏନେଇ ଆଜି  ଲୋକ ଅଧିକାର ଯାତ୍ରାର ଏକ ଆଲୋଚନା ଚକ୍ର ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। 

ଏଥିରେ ସଂଗଠନ ପକ୍ଷରୁ ବିଭିନ୍ନ ଦାବୀ କରାଯାଇଥିଲା। ସେଥି ମଧ୍ୟରୁ ରାଜ୍ୟର ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଅବିଚାରିତ, ଅବୈଜ୍ଞାନିକ, ଅତ୍ୟଧୂକ ଖଣି ଖନନକୁ ନିଷେଧ କରାଯାଉ । ଭବିଷ୍ୟତ ପିଢ଼ି ଓ ବର୍ତମାନର ସର୍ବସାଧାରଣଙ୍କ ମୌଳିକ ଆବଶ୍ୟକ‌ତା ପାଇଁ ସୀମିତ ପ୍ରାକୃତିକ ସମ୍ପଦକୁ ବ୍ୟବହାର କରାଯାଉ। କୃଷିଜାତ, ଜଙ୍ଗଲଜାତ ଓ ସାମୁଦ୍ରିକ ଉତ୍ପାଦନ କେନ୍ଦ୍ରିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାୟନ ପାଇଁ ନୀତି ଓ ଯୋଜନା ପ୍ରଣୟନ କରାଯାଉ। ଇସ୍ପାତ, ଆଲୁମିନିୟମ ତଥା ଅନ୍ୟାନ୍ୟ ଶିଳ୍ପଜାତ ପଦାର୍ଥକୁ ବ୍ୟବହାର କରି Intermediatary Industry ବା ’ଫିନ

ସଡ୍ ଗୁଡ୍’ ପ୍ରସ୍ତୁତ କରିବା ଶିଳ୍ପ ପ୍ରତିଷ୍ଠା କରାଯାଉ । ଏହି ବିକଳ୍ପ ଶିଳ୍ପାୟନ‌ଦ୍ଵାରା ଅଧୂକ ନିଯୁକ୍ତି ସୃଷ୍ଟି ହୋଇପାରିବ। କୃଷିକୁ ଗୁରୁତ୍ଵ ଦେଇ କୃଷିଜାତ ଶସ୍ୟର ଉଚିତ୍ ମୂଲ୍ୟପାଇଁ ଆଇନ ପ୍ରଣୟନ ହେଉ |ଜବରଦସ୍ତ ଜମି ଓ ଜଙ୍ଗଲ ଅଧ୍ୱଗ୍ରହଣ ବନ୍ଦ ହେଉ । ଗଣତାନ୍ତ୍ରିକ ଜନ ଆନ୍ଦୋଳନଗୁଡ଼ିକ ଉପରେ ରାଷ୍ଟ୍ରଦମନ ବନ୍ଦ କରାଯାଉ । ସାମ୍ବିଧାନିକ ଅଧୂକାରକୁ ସୁରକ୍ଷିତ ରଖ୍ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗ୍ରାମସଭାର ନିଷ୍ପରିକୁ ସ୍ଵୀକାର କରାଯାଉ ବୋଲି ଦାବୀ କରାଯାଇଥିଲା। 

ଏହାସହ ମାନବିକ ଅଧିକାର ତଥା ଏ ଅଞ୍ଚଳର ଜଳ, ଜଙ୍ଗଲ,ଜମି, ଜୀବିକା ଏବଂ ବୈତରଣୀ ନଦୀର ସୁରକ୍ଷା ସମ୍ବନ୍ଧୀୟ ଅନେକ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ମାନ ହୋଇଥିଲା l

ଆଜିର ଏହି ଆଲୋଚନାରେ ପ୍ରଫୁଲ୍ଲ ସାମନ୍ତରା - ଅଧ୍ୟକ୍ଷ, ଲୋକଶକ୍ତି ଅଭିଯାନ, ଓଡ଼ିଶା, ନରେନ୍ଦ୍ର ମହାନ୍ତି- ରାଜ୍ୟ ଆବାହକ, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍. ଏ. ପି. ଏମ୍.), ଡଃ ବିଶ୍ୱଜିତ-ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତଥା ସର୍ବୋଦୟ ନେତା, ସାମାଜିକ କର୍ମୀ -କଲ୍ୟାଣ ଆନଦ, ସାମ୍ୟବାଦୀ ନେତା ବାସୁଦେବ ଦାସ, 

ରାଜକିଶୋର ସୁନାନୀ- ସାଂସ୍କୃତିକ କର୍ମୀ, ଲକ୍ଷ୍ମଣ ନାୟକ - ମା ମାଟି ମାଳି ସୁରକ୍ଷା ମଞ୍ଚ(ରାୟଗଡ଼ା ଓ କଳାହାଣ୍ଡି), ସୁଶାନ୍ତ ମହାନ୍ତି (ସାମାଜିକ କର୍ମୀ), ସର୍ବେଶ୍ୱର ସାହୁ (ଗବେଷକ), ରାଜୀବ ସିଂ ପାଲ୍ (ସାମାଜିକ କର୍ମୀ), ସୁକାନ୍ତ ପ୍ରଧାନ ତତ୍ ସହିତ ଆୟୋଜୋକ ଏସାର ମିଁମେଣ୍ଟ ର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ସାହୁ, ସଂଯୋଜକ ମନୋଜ କୁମାର ସାହୁ ଓ ସନ୍ତୋଷ କୁମାର ବେହେରା, ବିକାଶ ସାହୁ, ରମେଶ ମୁର୍ମୁ, ପରମେଶ୍ବର ମଝି ଏବଂ ଏ ଅଞ୍ଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବୀ ତଥା ଏସାର ମିନମେଣ୍ଟ ର ସମସ୍ତ ନାରୀ ଶକ୍ତି ତଥା ଟିକରପଡା, କାଦଗଡ, ଧାତିକା, ମୋହଦେଇଯୋଡା,ବରଦାପାଲ, ରଥମାରା, କୁଡ଼ିଆଘରା, ଗୋପିନାଥପୁର, ସିଲିଶୁଆଁ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ଥାଇ  ଉକ୍ତ ଲଢେଇ ସେଶପର୍ଯ୍ୟନ୍ତ ସାରା ଓଡ଼ିଶାରେ ବଳବତ୍ତର ରହିବାକୁ ନିଷ୍ପତି ନିଆ ଯାଇଥିଲା

0 Comments