ପଶ୍ଚିମବଙ୍ଗ: ପାଖେଇ ଆସୁଛି ନିର୍ବାଚନ । ନେତାଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ବିଧାନସଭା ନିର୍ବାଚନକୁ ହାତରେ ମାତ୍ର ଆଉ କେଇଟା ଦିନ ଥିବାରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଜୋରଦାର ପ୍ରଚାର । ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ବିରଭୂମ ଗସ୍ତ କରି ନାମାଙ୍କନରେ ସାମିଲ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ପଦ୍ମ ଫୁଟିବା ନେଇ ଦୃଢୋକ୍ତି ବାଢିଥିଲେ ।
ଆସନ୍ତା ଏପ୍ରିଲ 23 ଓ ଏପ୍ରିଲ 29ରେ ଦୁଇଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ମତଦାନ ହେବାକୁ ଯାଉଛି । ନାମାଙ୍କନ ପକ୍ରିୟା ଜାରି ରହିଥିବା ବେଳେ ପ୍ରଚାରରେ କମ୍ପୁଛି ପଶ୍ଚିମଙ୍ଗ । ଆଜି ବୀରଭୂମର ରାମପୁ
ହାଟ 4 ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଛି ସମୟ ରାମପୁରହାଟ ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କ ସମୟ ଅତିବାହିତ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ, ‘କଳିଙ୍ଗରେ ବଦଳିଛି, ବଙ୍ଗରେ ବି ବଦଳିବ । ଡବଲ ଇଞ୍ଜିନ ସରକାର ଆସିବ ।’
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ପୂର୍ବରୁ ମଧ୍ୟ ମେଦିନିପୁର ପ୍ରଚାର ପାଇଁ ଆସିଥିଲି । ଏଥର ବୀରଭୂମ ଆସିଛି । ଏଥର ପଦ୍ମ ଫୁଟିବ । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବ ।’