କେନ୍ଦୁଝର:- ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଏକ ଶହ ବର୍ଷ ପୂର୍ତ୍ତି କରିଛି। ଏହି ଅବସରରେ ସାରା ଦେଶରେ ସଂଘ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ ଆୟୋଜନ କରାଯାଉଛି। ଏନେଇ ଆଜି ସ୍ଥାନୀୟ ନଗର ଭବନ ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ କେନ୍ଦୁଝର ଜିଲ୍ଲା ପକ୍ଷରୁ ଏକ ପ୍ରମୁଖଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଵିଭାଗ ସଙ୍ଘଚାଳକ ରତିକାନ୍ତ ବୈଦ୍ୟ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଆରଏସଏସ ପୂର୍ଵ କ୍ଷେତ୍ର, କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ ଯୋଗଦେଇ ଉ
ପସ୍ଥିତ ବୁଦ୍ଧିଜୀବୀଙ୍କ ସହ ସଂଘର ଶତାଦ୍ଧୀ ବର୍ଷ ପୂର୍ତ୍ତି ଅବସରରେ ଉପଲବ୍ଧି ବିଷୟରେ ଆଲୋଚନା କରିଥଲେ। ଏହି ଅବସରରେ ଶ୍ରୀ ମୁଖାର୍ଜୀ ସୁସ୍ଥ ସମାଜ ଗଠନରେ ପ୍ରମୁଖଜନ ଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସହ ସମ୍ପର୍କ ପ୍ରମୁଖ କାଳୀ ଚରଣ ମହାନ୍ତ ପରିଚାଳନା କରିଥିଲା ବେଳେ ପ୍ରମୁଖଜନ ସଂଗୋଷ୍ଠୀ ଜିଲ୍ଲା ସଂଯୋଜକ ଶଶୀକାନ୍ତ ଜେନା ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟାଳୟର ଦୁଇଶହରୁ ଉର୍ଦ୍ଧ୍ବ ପ୍ରଭାବୀ ଓ ସଜ୍ଜନ ବ୍ୟକ୍ତି ସାମିଲ ହୋଇଥିଲେ।