ଭୁବନେଶ୍ୱର:-ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ଲାଗି ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ 48 ଘଣ୍ଟାର ସମୟସୀମା ଦେଇଥିବାବେଳେ ଏହାକୁ ପାଞ୍ଚ ଦିନକୁ ବୃଦ୍ଧି କରିଛନ୍ତି । ଟ୍ରମ୍ପ ଇରାନର ଶକ୍ତି କେନ୍ଦ୍ର ଉପରେେ କରୁଥିବା ଆକ୍ରମଣକୁ ଏହି 5 ଦିନ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି ।

ଟ୍ରମ୍ପ ସୋମବାର ତାଙ୍କର ସୋସିଆଲ ମିଡିଆ ହାଣ୍ଡେଲ ଟ୍ରୁଥରେ ଏ ବିଷୟରେ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ଇରାନ-ଆମେରିକା ମଧ୍ୟରେ ଯୁଦ୍ଧକୁ ନେଇ ଏକ ଆଲୋଚନା ହୋଇଥିଲା ଯାହା ଫଳପ୍ରଦ ହୋଇଛି । ଏହି ଆଲୋଚନା ସପ୍ତାହବ୍ୟାପି ଚାଲିବ । ସେ ଆହୁରି କହିଛନ୍ତି, ଇରାନ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିବ ବୋଲି ଆମେରିକା ଦେଇଥିବା ଧମକକୁ ସ୍ଥଗିତ ରଖିବା ଏହି ଆଲୋଚନାର ସଫଳତା ଉପରେ ନିର୍ଭର କରେ । ତେବେ ଟ୍ରମ୍ପ ଏହି ଆଲୋଚନା ସମ୍ପର୍କରେ ବିସ୍ତୃତ ଭାବେ କିଛ

ି ସୂଚନା ଦେଇ ନାହାନ୍ତି ।

ଏପଟେ ଇରାନ ଏହି ଆଲୋଚନାକୁ ତୁରନ୍ତ ସ୍ୱୀକାର କରି ନ ଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରୀ ଆବ୍ବାସ ଅର୍ଘାଚି କହିଛନ୍ତି, ତୁର୍କୀ ପ୍ରତିପକ୍ଷ ହାକାନ ଫିଦାନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଥିଲେ। ତୁର୍କୀ ପୂର୍ବରୁ ତେହେରାନ ଏବଂ ୱାଶିଂଟନ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥି ହୋଇଆସିଛି । ଏଠି କହିରଖିବୁ, ସୋମବାର ଅପରାହ୍ନରେ ସଂଯୁକ୍ତ ଆରବ ଏମିରେଟ୍ସ ଇରାନର ନୂତନ ଆକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟା କରୁଥିବା ରିପୋର୍ଟ ଦେବା ପରେ ଟ୍ରମ୍ପଙ୍କ ଏହି ଘୋଷଣା ଆସିଛି।

ସୋମବାର ଦିନ ଇରାନର ସରକାରୀ ଟେଲିଭିଜନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ସମୟ ସୀମାକୁ ପାଞ୍ଚ ଦିନ ବୃଦ୍ଧି କରିବା ନିଷ୍ପତ୍ତି ଉପରେ ତେହେରାନର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି । ଏଥିରେ କୁହାଯାଇଛି, ମଙ୍ଗଳବାର ୧୨ଟାରେ ଏହି ସମୟ ସୀମା ଶେଷ ହେବାର ଥିଲା । ଇରାନର ସରକାରୀ ଟେଲିଭିଜନ ସ୍କ୍ରିନରେ ଏକ ଗ୍ରାଫିକରେ କୁହାଯାଇଛି, "ଇରାନର କଡ଼ା ଚେତାବନୀ ପରେ ଆମେରିକାର ରାଷ୍ଟ୍ରପତି ପଛକୁ ହଟିଛନ୍ତି।"

0 Comments