ଆଲାସ୍କା( ଆମେରିକା) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶେଷ ହୋଇଛି ବହୁ ଚର୍ଚ୍ଚିତ ଆଲାସ୍କା ଆଲୋଚନା । ପାଖାପାଖି ତିନି ଘଣ୍ଟା ଧରି ଚାଲିଥିଲା ଟ୍ରମ୍ପ-ପୁଟିନ କଥାବାର୍ତ୍ତା । ଆଲାସ୍କାରେ ଅନୁଷ୍ଠିତ ଏହି ୱାନ ଟୁ ୱାନ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ଥିଲା ଋଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ବହୁ ପ୍ରତୀକ୍ଷିତ ଆଲୋଚନା ପରେ ଉଭୟ ରାଷ୍ଟ୍ରମୁଖ୍ୟ ଏହାକୁ ସରକାତ୍ମକ ଭାବେ ଦର୍ଶାଇଥିବା ବେଳେ, ସେମିତି କିଛି ନିସ୍କର୍ଷ ବାହାରି ନଥିବା ଜଣାପଡ଼ିଛି ।

ଆଲୋଚନାକୁ ସକରାତ୍ମକ କହିଛନ୍ତି ପ୍ରେସିଡେଣ୍ଟ ଟ୍ରମ୍ପ । କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଟ୍ରମ୍ପ

ୂଚନା ଦେଇଛନ୍ତି ଯେ, ଆଲୋଚନାରେ ଅନେକ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଛି । ତେବେ କିଛି ସମସ୍ୟାର ସମାଧାନ ହୋଇପାରିନାହିଁ । ଆମେ କିଛି ସଫଳତା ପାଇଛୁ । ଆମେ ଚାହୁଁଛୁ ଏହା ସ୍ଥାୟୀ ଏବଂ ଦୀର୍ଘକାଳୀନ ସମାଧାନ । ତେବେ ସେତେବେଳ ପର୍ଯ୍ୟନ୍ତ କୌଣସି ଡିଲ ହୋଇ ପାରିବ ନାହିଁ, ଯେତେବେଳ ପର୍ଯ୍ୟନ୍ତ କୌଣସି ଡିଲ୍ ହୋଇଛି ।

ଉଭୟ ନେତାଙ୍କ ମଧ୍ୟରେ ତିନି ଘଣ୍ଚା ଧରି ଆଲୋଚନା ହୋଇଥିଲା । ଉଭୟ ନେତାଙ୍କ ମଧ୍ୟରେ ବୈଠକ ପରେ ମାତ୍ର 12 ମିନିଟ୍‌ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଟ୍ରମ୍ପ କହିଛନ୍ତି, "ଆମ ମଧ୍ୟରେ ବୈଠକଟି ଅତ୍ୟନ୍ତ ସକରାତ୍ମକ ଥିଲା ଏବଂ ଅନେକ ପଏଣ୍ଟରେ ସହମତି ହେଲୁ ।" ଟ୍ରମ୍ପ ଆହୁରି କହିଛନ୍ତି, "ଏବେ ଅଳ୍ପ କିଛି ବାକି ଅଛି, ଯାହା ଏତେ ମହତ୍ବପୂର୍ଣ୍ଣ ନିହେଁ, ଗୋଟିଏ ହୁଏତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।"

ପୁଟିନ କହିଛନ୍ତି, "ଆମେ ଆଶା କରୁଛୁ ଯେ, ଆମେ ଯେଉଁ ବୁଝାମଣାରେ ପହଞ୍ଚିଛୁ ତାହା.. ଯୁକ୍ରେନରେ ଶାନ୍ତା ପାଇଁ ପଥ ପ୍ରସ୍ତର କରିବ ।" ଏହା ସହ ପୁଟିନ କହିଛନ୍ତି "ପରବର୍ତ୍ତୀ ବୈଠକ ମସ୍କୋରେ" ।

ପୁଟିନ ଟ୍ରମ୍ପଙ୍କୁ କହିଥିଲେ ଯେ, ଯଦି ଜୋ ବାଇଡେନଙ୍କ ବଦଳରେ ସେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ଥାଆନ୍ତେ ତେବେ ହୁଏତ ୟୁକ୍ରେନ ସହ ଋଷର ଯୁଦ୍ଧ ହୋଇ ନଥାନ୍ତା ।

ଟ୍ରମ୍ପ କହିଛନ୍ତି ଯେ, ସେ ଖୁବଶୀଘ୍ର ଜେଲେନ୍‌ସ୍କି ଓ NATO ନାତାମାନଙ୍କ ସହ ଆଲୋଚନା କରିବେ, ଯେଉଁମାନେ ପୁଟିନଙ୍କ ସହ ଆମେରିକା ନେତାଙ୍କ ସମ୍ପର୍କକୁ ନେଇ ଅସନ୍ତେଷ ପ୍ରକାଶ କରିଛନ୍ତି ।

ଆଲାସ୍କା ଆଲୋଚନା ପରେ ଟ୍ରମ୍ପ କରିଛନ୍ତି ଯେ, ଆମେରିକା ଓ ପୁଟିନଙ୍କ ମଧ୍ୟରେ ଆଲାସ୍କା ଆଲୋଚନାକୁ ଆଗକୁ ବଢାଇବା ଓ ଋଷର 3 ବର୍ଷର ଆକ୍ରମଣକୁ ଶେଷ କରିବା ପାଇଁ ଏକ ଚୁକ୍ତି ସୁନିଶ୍ଚିନ୍ତ କରିବା ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନସ୍କିଙ୍କ ଉପରେ ନିର୍ଭର କରେ । ସେହିପରି ଟ୍ରମ୍ପ ଏହି ବୈଠକକୁ ଦଳରୁ 10 ମାର୍କ ଦେଇଛନ୍ତି ।


0 Comments