କାଠମାଣ୍ଡୁ: ସୋସିଆଲ ମିଡିଆ ବ୍ୟାନ ପରେ ନେପାଳରେ ତେଜୁଛି ଅସନ୍ତୋଷର ବହ୍ନି । ମଙ୍ଗଳବାର ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି । ପରିସ୍ଥିତି ଅଣାୟତ୍ତ ହେବା ପରେ ନେପାଳର ରାଷ୍ଟ୍ରପତି

0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;"> ରାମଚନ୍ଦ୍ର ପୌଡେଲ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସରକାରଙ୍କ ସୋସିଆଲ ମିଡିଆ ବ୍ୟାନ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଦେଶର ଯୁବପିଢି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କାର୍ଯ୍ୟାଳୟରେ ଶହ ଶହ ପ୍ରଦର୍ଶନକାରୀ ପ୍ରବେଶ କରିବା ପରେ ସେ ଇସ୍ତଫା ଦେଇଛନ୍ତି ।

ସୋମବାର ଦିନ ନେପାଳର ଯୁବପିଢି ସରକାରଙ୍କ ଦୁର୍ନୀତି ଓ ସୋସିଆଲ ମିଡିଆ ବ୍ୟାନ ନିଷ୍ପତ୍ତିକୁ ନେଇ ପ୍ରଦର୍ଶନ ଆରମ୍ଭ କରିଥିଲେ । ଆନ୍ଦୋଳନକୁ ଦମନ କରିବା ପାଇଁ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ 19 ଜଣଙ୍କ ମୃତ୍ୟୁ ଘଟିଛି । ଏହି ସଂଘର୍ଷରେ 300ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ମଙ୍ଗଳବାର ସରକାର ସୋସିଆଲ ମିଡିଆ ବ୍ୟାନକୁ ହଟାଇଥିଲେ ମଧ୍ୟ ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଆନ୍ଦୋଳନକାରୀଙ୍କ ଅସନ୍ତୋଷ ବୃଦ୍ଧି ପାଇବା ଯୋଗୁଁ କାଠମାଣ୍ଡୁରେ କର୍ଫ୍ୟୁ ଲଗାଯାଇଛି ।

ଆନ୍ଦୋଳନକାରୀମାନେ ନେପାଳ ରାଜନୀତିର ପ୍ରମୁଖ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ ଭିଡିଓ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ତୀବ୍ର ଅସନ୍ତୋଷର ଝଲକ ଦେଖିବାକୁ ମିଳୁଛି । ଆନ୍ଦୋଳନକାରୀମାନେ କାଠମାଣ୍ଡୁସ୍ଥିତ ଥିବା ନେତାଙ୍କ ବାସଭବନ ଗୁଡିକ ଉପରେ ଆକ୍ରମଣ କରିଛନ୍ତି ।

ନେପାଳର ସର୍ବବୃହତ୍ତ ପାର୍ଟି ନେପାଳୀ କଂଗ୍ରେସର ନେତା ଶେର ବାହାଦୁର ଦେଉବା, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ, ଗୃହମନ୍ତ୍ରୀ ରମେଶ ଲେଖକ, କମ୍ୟୁନିଷ୍ଟ ପାର୍ଟିର ଅଧ୍ୟକ୍ଷ ପୁଷ୍ପା କମଲ ଦହଲ ପ୍ରଭୃତି ନେତାଙ୍କ ଘରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଆର୍ଜୁ ଦେଉବା ରାଣାଙ୍କ ବେସରକାରୀ ସ୍କୁଲରେ ମଧ୍ୟ ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଦେଇଛନ୍ତି ।

ସୋମବାର କାଠମାଣ୍ଡୁରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀମାନେ ଏକତ୍ରିତ ହୋଇଥିଲେ । କାଠମାଣ୍ଡୁସ୍ଥିତ ପାର୍ଲାମେଣ୍ଟ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସର ଗୁଳିରେ 19 ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି । 300ଜଣ ଆହତ ହୋଇଛନ୍ତି ।

ପ୍ରଦର୍ଶନକାରୀମାନେ ନାରାବାଜି କରିଥିଲେ । 'ସୋସିଆଲ ମିଡିଆ ବ୍ୟାନକୁ ବନ୍ଦ କର', 'ଦୁର୍ନୀତି ରୋକ, ସୋସିଆଲ ମିଡିଆ ନୁହେଁ' ଏପରି ନାରା ଲଗାଇ ପ୍ରଦର୍ଶନକାରୀମାନେ ଆନ୍ଦୋଳନ କରିଥିଲେ । ସୋମବାର ଦିନ ହୋଇଥିବା ଏହି ଦେଶବ୍ୟାପି ଆନ୍ଦୋଳନକୁ Gen Zଙ୍କ ଆନ୍ଦୋଳନ (Protest of Gen Z) ଭାବେ ଅଭିହିତ କରାଯାଇଥିଲା । ଆହତମାନଙ୍କୁ ଦେଶର ମୁଖ୍ୟ ଚିକିତ୍ସାଳୟ ନ୍ୟାସନାଲ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ନେପାଳ ରାଜଧାନୀ କାଠମାଣ୍ଡୁରେ କର୍ଫ୍ୟୁ ସତ୍ତ୍ୱେ ଆନ୍ଦୋଳନକାରୀମାନେ ଏକତ୍ରିତ ହୋଇଥିଲେ । ଆନ୍ଦୋଳନକାରୀମାନେ 'ସରକାରରେ ଥିବା ହତ୍ୟାକାରୀଙ୍କୁ ଦଣ୍ଡ ଦିଅ' ଏବଂ 'ଶିଶୁଙ୍କୁ ମାର ନାହିଁ' ନାରା ଲଗାଇଥିଲେ । ଏହି ସମୟରେ ପୋଲିସ ବାରମ୍ବାର ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନ ତ୍ୟାଗ କରି ଘରକୁ ଯିବାକୁ ଅନୁରୋଧ କରିଥିଲେ । ଆନ୍ଦୋଳନକାରୀଙ୍କ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଇଥିଲା ।

0 Comments