a: ; font-weight: bolder; font-size: 18px; font-family: __Noto_Sans_8df048, __Noto_Sans_Fallback_8df048;">ଭୁବନେଶ୍ୱର:
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଖୋଲିବ । ସକାଳ ସାଢ଼େ 6ଟାରୁ ସାଢ଼େ 10 ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ସକାଳୁଆ ସ୍କୁଲ । ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଚାଲିବ ସକାଳୁଆ ସ୍କୁଲ । ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଗଣଶିକ୍ଷା ସଚିବ । ତେବେ ସକାଳୁଆ ସ୍କୁଲ ସମୟରେ ମଧ୍ୟ ଆଉଟ ଡୋର୍ କାର୍ଯ୍ୟକ୍ରମକୁ ମନା କରାଯାଇଛି । ଏହାସହିତ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ORS ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଛି । ସକାଳ 06.30 ରୁ 10.30 ପର୍ଯ୍ୟନ୍ତ କ୍ଳାସ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ସତର୍କ କରାଯାଇଛି । ଯାହା ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଏହା ବଳବର୍ତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।