ଭୁବନେଶ୍ୱର:

px;"> ମାଓମୁକ୍ତ ଓଡ଼ିଶା ଡେଡ୍‌ଲାଇନ ପାଖେଇ ଆସୁଥିବା ବେଳେ ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଆଜି (ମଙ୍ଗଳବାର) ମୋଷ୍ଟ ୱାଣ୍ଟେଡ୍‌ ମାଓ ନେତା ଶୁକ୍ରୁ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତା ନିକଟରୁ ଏକେ-୪୭ ଅସ୍ତ୍ର ମଧ୍ୟ ଗ୍ରହଣ କରାଯାଇଛି । ତେବେ ଶୁକ୍ରୁ ସହ ଆଉ ୪ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଶୁକ୍ରୁ ଉପରେ 55 ଲକ୍ଷର ପୁରସ୍କାର ଘୋଷଣା କରିଥିଲା ପୋଲିସ । ଏନେଇ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୂଚନା ଦେଇଛନ୍ତି ।

ତେବେ ଶୁକ୍ରୁକୁ ଧରିବାକୁ ବହୁଦିନ ହେବ ଓଡ଼ିଶା ପୋଲିସ ପ୍ରୟାସ ଜାରି ରଖିଥିଲା । ତାକୁ ଧରାଇଦେବା ପାଇଁ ୫୫ ଲକ୍ଷର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । କନ୍ଧମାଳରେ କିଛିବର୍ଷ ହେବ ମାଓ ନେତା ଶୁକ୍ରୁ ବେଶ୍‌ ସକ୍ରିୟ ଥିଲା । ଏପରିକି ସେ ଏଇଟ୍‌ଥ କମ୍ପାନୀ ନାଁରେ ନୂଆ ସଂଗଠନ ଚଳାଇଥିଲା । ଶୁକ୍ରୁକୁ ଆତ୍ମସମର୍ପଣ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଅପିଲ୍‌ କରାଯାଇଥିଲା । ଶୁକ୍ରୁ ମାଓ ସଙ୍ଗଠନର ଷ୍ଟେଟ କମିଟି ସଦସ୍ୟ ଥିଲା । ତେବେ ସେ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନରେ ଓଡ଼ିଶାର ଆଉ କେହି ବଡ଼ ନେତା ନାହାନ୍ତି ବୋଲି ଜଣାପଡିଛି ।

ସେପଟେ ମାର୍ଚ୍ଚ ୩୧ ସୁଦ୍ଧା ସବୁ ରାଜ୍ୟକୁ ମାଓବାଦୀମୁକ୍ତ କରିବାକୁ ଟାର୍ଗେଟ ଦିଆଯାଇଛି । ଓଡ଼ିଶାକୁ ଧାର୍ଯ୍ୟ ତାରିଖ ସୁଦ୍ଧା ମାଓବାଦୀମୁକ୍ତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ମଧ୍ୟ ପ୍ରୟାସ କରାଯାଉଛି । ଆଉ ମାତ୍ର ଏକ ଅଙ୍କ ସଂଖ୍ୟାରେ କିଛି ମାଓବାଦୀ ଥିବାବେଳେ ପୋଲିସ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ କରାଯାଉଛି ।

0 Comments