ବିଜୟ ମହାନ୍ତ (ପାଟଣା): କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡା ବ୍ଲକରେ କାର୍ଯ୍ୟରତ ପ୍ରିଣ୍ଟ, ସ୍ୟାଟେଲାଇଟ ଓ ଡିଜିଟାଲ ମିଡିଆର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଭିମାପଡା କାଞ୍ଜରୀ ନଦୀକୂଳରେ ରବିବାର ଏକ ସାମ୍ବାଦିକ ବନ୍ଧୁମିଳନ ଓ ସଂଗଠନ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୂତନ ସାମ୍ବାଦିକ ସଂଘ “ମିଡିଆ ହାଉସ ପାଟଣା” ଗଠନ କରାଯାଇଛି। ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ରାହାସ ବିହାରୀ ପୃଷ୍ଟି ସଭାପତିତ୍ୱ କରିଥିଲେ। ସଭାରେ ନୂତନ କମିଟିର କର୍ମକର୍ତ୍ତାମାନେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ। ପରାମର୍ଶଦାତା ଭାବେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ପୃଷ୍ଟି, ସନ୍ତୋଷ କୁମାର ପତି, ବୀର କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ସଂଜିତ ଚକ୍ର ଓ ସବ୍ୟସାଚୀ ସିଂ ମନୋନୀତ ହୋଇଥିଲେ। ସେହିପରି ରାହାସ ବିହାରୀ ପୃଷ୍ଟିଙ୍କୁ ସଭାପତି, ଉମାକାନ୍ତ ମହାନ୍ତ ଓ ଅଞ୍ଜନ କୁମାର ରଣାଙ୍କୁ ଉପସଭା

ପତି, ସମାବାୟ ବିତି ଦୀନବନ୍ଧୁ ମିଶ୍ରଙ୍କୁ ସମ୍ପାଦକ, ଦଶରଥ ବାରିକ ଓ ବିଜୟ କୁମାର ମହାନ୍ତଙ୍କୁ ସହ-ସମ୍ପାଦକ, ଦୀପକ କୁମାର ଭଞ୍ଜଙ୍କୁ କୋଷାଧ୍ୟକ୍ଷ ଏବଂ କୈଳାସ ଚନ୍ଦ୍ର ମହାନ୍ତଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା। ସାମ୍ବାଦିକ ସୁଜିତ କୁମାର ଦାଶ ଓ ବସନ୍ତ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ବୈଠକରେ ପାଟଣା ବ୍ଲକ ମୁଖ୍ୟାଳୟରେ “ମିଡିଆ ହାଉସ ପାଟଣା”ର ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ସାମ୍ବାଦିକତାରେ ସଚ୍ଚୋଟତା, ନିରପେକ୍ଷତା ଓ ସାଧୁତା ଅବଲମ୍ବନ କରିବାକୁ ଆଲୋଚନା କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ଗଣମାଧ୍ୟମ କ୍ଷେତ୍ର ସହ ଯୋଡ଼ି ହୋଇଥିବା ସାମ୍ବାଦିକ ଯତୀନ୍ଦ୍ର କୁମାର ଦାଶ ଓ ସଂଜିତ ଚକ୍ରଙ୍କୁ ସଂଗଠନ ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା।

0 Comments