ଢେଙ୍କିକୋଟ( ତପନ ବେହେରା) ଘଟଗାଁ ବ୍ଲକ ଢେଙ୍କିକୋଟ ସ୍ଥିତ ଶ୍ରୀଗୁରୁକୁଳ ଶିଷ୍ୟା ର ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ‘ସମର୍ପଣ’ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଧବଳେଶ୍ଵର ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ସେବା ଫାଉଣ୍ଡେସନର ପରାମର୍ଶଦାତା ଦିଲ୍ଲୀପ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଢେଙ୍କିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି, ବରେଣ୍ୟ ଅତିଥି ଭାବେ ଗୁରୁକୁଳ ଇଂରାଜୀ ମାଧ୍ୟମ ର ଅଧ୍ୟକ୍ଷା କିରଣବାଳା ସାହୁ, ସମ୍ମାନିତ ଅତିଥି ଭାବେ ଢେଙ୍କିକୋଟ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବଳ,
ସତ୍ୟନାରାୟଣ ବିଦ୍ୟା
ୀଠ ର ପ୍ରଧାନଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ସାହୁ,
ଶ୍ରୀଗୁରୁକୁଳ ଶିଷ୍ୟାର ନିର୍ଦ୍ଦେଶକ ଦେବୀପ୍ରସାଦ ବାରିକ, ସେବା ଫାଉଣ୍ଡେସନ ର ଚେୟାରମେନ ଡକ୍ଟର ସତ୍ୟବ୍ରତ ସାହୁ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ନିରୁପମା ଦାଶ
ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନ ର ଶିକ୍ଷୟିତ୍ରୀ ରୁବିନା ପରିଡା, ଲିପିକା ସାହୁ, ଭାଗ୍ୟଶ୍ରୀ ଆପଟ୍ଟ, ନମିତା ଗିରି ଓ ଶୁଭସ୍ମିତା ସାହୁ ଙ୍କ ପରିଚାଳନା ରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।