କେନ୍ଦୁଝର:-ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏହି କ୍ରମରେ କେନ୍ଦୁଝରରେ ମଧ୍ଯ ରାଜନୀତି ପାଣିପାଗ ସରଗରମ ରହିଛି। କେନ୍ଦୁଝର ପୌରପାଳିକାର ୧୩ମଧ୍ୟରୁ ସମସ୍ତ ୯ ବିଜେଡି କାଉନସିଲର ଭାଜପା ମୁହାଁ ହୋଇଥିବା ଜଣାପଡ଼ିଛି। ଆସନ୍ତା ସୋମବାର ଭୁବନେଶ୍ୱରଠାରେ କାଉନ୍‌ସିଲରମାନେ ବିଧିବଦ୍ଧ ଭାବେ ଭାଜପାରେ ମିଶିବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଆସନ୍ତା ସୋମବାର ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ସେଠାରେ ସମସ୍ତେ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେବେ ବୋଲି ଜଣା ପଡ଼ିଛି। ଏ ନେଇ ୯ ଜଣଙ୍କୁ ଛାଡ଼ିଦେଲେ ସମସ୍ତ ବିଜେଡି କାଉନ୍‌ସିଲର ଭୁବନେଶ୍ଵରରେ ଡେରା ପକାଇଛନ୍ତି। ଏନେଇ ଉପାଧ୍ୟକ୍ଷ ଙ୍କ ସହ ୯ ଜଣ କାଉନସିଲର ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏନେଇ ଫୋନ୍ ଯୋଗେ ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କୁ ପଚାରିବାରୁ ଏହାକୁ ସ୍ବୀକାର କରିବା ସହ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ ନେଇ ଅଭଳି ଇସ୍ତଫା ପତ୍ର ଦେଇଥିବା ପ୍ରକାଶ କରିଛନ୍ତ

। ଏହି ମିଶ୍ରଣ ପରେ କେନ୍ଦୁଝର ସହରରେ ବିଜେଡି ନିଶ୍ଚିତ ଭାବେ ଦୁର୍ବଳ ହେବ। ଆଗାମୀ ପୌର ନିର୍ବାଚନରେ ନିଜର କାଉନ୍‌ସିଲର ପ୍ରାର୍ଥୀଙ୍କୁ ଜିତେଇବା କଷ୍ଟକର ହୋଇଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ବିଜେଡ଼ି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ଙ୍କୁ ପଚାରିବାରୁ ଏନେଇ ତାଙ୍କ ପାଖରେ ସୁଚନା ପହଞ୍ଚିଛି। ଦଳ ଭିତରେ ମନ୍ ମାଲିନ୍ୟ ଥିଲେ ସମାଧାନ କରି ହୋଇଥାନ୍ତା। ଦଳ ବିରୋଧୀ ଦଳରେ ଥିବା ବେଳେ ଇସ୍ତଫା ପତ୍ର ଦେବା ନେଇ ରାଜ୍ୟ ନେତୃତ୍ୱ ବିଚାର କରିବେ ବୋଲି ପ୍ରକାଶ କରିଛନ୍ତି। 

। ପୌର ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଭାଜପାର ଏହି ରଣକୌଶଳ ନିର୍ବାଚନରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ପ୍ରକାଶ ଯେ କେନ୍ଦୁଝର ଗଡ ପୌରପାଳିକାରେ ୨୧ ୱାର୍ଡ ଥିବା ବେଳେ ୧୩ଟି ବିଜେଡ଼ି ଜିତିଥିବା ବେଳେ ବିଜେପି ୮ ଜଣ କାଉନସିଲର ଜିତିଥିଲା। ଅଧ୍ୟକ୍ଷା ପଦ୍ ଏକକ ଭାବେ ବିଜେପି ବାଜିମାତ୍ କରିଥିବା ବେଳେ ଅଧିକ କାଉନ୍ସିଲର୍ ଜିତି ମଧ୍ୟ ବିଜେଡ଼ି ଉପାଧ୍ୟକ୍ଷ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

0 Comments