ଭୁବନେଶ୍ବର: ବିଧାନସଭାରେ ଏସସିବି ତାତି । ଚତୁର୍ଥ ଦିନରେ ବି ଅଚଳ ହୋଇପଡିଛି ଗୃହ । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ଶୁକ୍ରବାର ମଧ୍ୟ ଗୃହକୁ ଅଚଳ କରିଦେଇଛନ୍ତି।
କଟକ ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡିଶା ବିଧାନସଭାରେ ରାଜନୈତିକ ତାପମାତ୍ରା ଚରମ ସୀମାରେ ପହଞ୍ଚିଛି।
--tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-family: __Noto_Sans_8df048, __Noto_Sans_Fallback_8df048; font-size: 20px;" />
ଗତ ତିନି ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଆଜି ଚତୁର୍ଥ ଦିନରେ ମଧ୍ୟ ସେହି ପରିସ୍ଥିତି ଜାରି ରହିଛି।
ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ପୋଷ୍ଟର ଓ ବ୍ୟାନର ଧରି ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। “ଡବଲ ଇଞ୍ଜିନ, ଡବଲ ଧୋକା ଚଲିବ ନାହିଁ”, “ମୋହନ ମାଝୀ ସରକାର ଡାଉନ ଡାଉନ”, “ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅ” ପରି ସ୍ଲୋଗାନରେ ଗୃହ କମ୍ପି ଉଠିଥିଲା।
ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ଏହା ସ୍ୱାସ୍ଥ୍ୟ ବିଭାଗର ଗୁରୁତର ଅବହେଳାର ପରିଣାମ। ଓଡିଶା ଇତିହାସରେ ପ୍ରଥମଥର ପାଇଁ ସରକାରୀ ହସ୍ପିଟାଲରେ ଏପରି ବଡ଼ ଅଘଟଣ ଘଟିଛି । ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଥିଲେ ବିରୋଧୀ ।ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି ଯେ, ମନ୍ତ୍ରୀଙ୍କ ଇସ୍ତଫା ପର୍ଯ୍ୟନ୍ତ ତାଙ୍କର ପ୍ରତିବାଦ ଜାରି ରହିବ।