ପାଟଣା (ବିଜୟ କୁମାର ମହାନ୍ତ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ର ପୁଟୁଳିଆ ଠାରେ ଆଜି ଏକ ଜାଳକାଠ ଡିପୋ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ କାଠ ଆଣିବା-ନେବା ଓ ବିକ୍ରୟ କାର୍ଯ୍ୟକୁ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଜାଳ କାଠ ଡିପୋ ଖୋଲାଯାଇଥିବା ଜଣାପଡ଼ିଛି। ପାଟଣା ବିଧାୟକ ଅଖିଳ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡିପୋଟିର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ, ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର , ତହସିଲଦାର ଅଶ୍ୱନୀ କୁମାର ନାଏକ , ବିଡ଼ିଓ ମାନସ
କୁମାର ଦଣ୍ଡପାଟ,ଫରେଷ୍ଟର ନିରଞ୍ଜନ ସେଠୀ ଓ ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ ,ମଧୁସୂଦନ ମହାନ୍ତ ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏହି ଜାଳ କାଠ ଡିପୋ ଚାଲୁ ହେବା ଫଳରେ ସ୍ଥାନୀୟ ଲୋକମାନେ ଓ କାଠ ବ୍ୟବସାୟୀମାନେ ଅନେକ ସୁବିଧା ପାଇପାରିବେ। ଏହା ଦ୍ୱାରା ବନ ବିଭାଗର ନିୟମ ଅନୁସାରେ ଜାଳକାଠ ବିକ୍ରୟ ଓ ବ୍ୟବସ୍ଥାପନା ସୁଚାରୁ ଭାବେ ହେବ ବୋଲି ମତ ପ୍ରକାଶ କରାଯାଇଥିଲା। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଓ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।