ଭୁବନେଶ୍ବର: ବିଜେପି କ୍ୟାମ୍ପରେ ବାଲେଶ୍ବରର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ସେପଟେ ରବିନ୍ଦ୍ର ବିଜେଡି ଛାଡି ବିଜେପିରେ ମିଶିବା ପରେ ସରଗରମ ହୋଇଛି ରାଜନୈତିକ ପାଣିପାଗ । ପଦ୍ମ ଧରିବା ପରେ ରବିନ୍ଦ୍ରଙ୍କ ବିସ୍ଫୋରକ ବୟାନ ଉଭୟ ରାଜ୍ୟ ଓ ବାଲେଶ୍ବର ରାଜନୀତିରେ ଉଷ୍ମତା ବୃଦ୍ଧି କରିଛି ।
ବିଜେପିରେ ମିଶିବା ପରେ ରବୀନ୍ଦ୍ର ଜେନାଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି l ସେ କହିଛନ୍ତି, ‘ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ, ଆଞ୍ଚଳିକ ବିକାଶ l ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି । ବିଜେଡ଼ି ଆଗାମୀ ଦିନରେ ଓଡିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁ
୍ରାଣିତ ହୋଇ ବିଜେପିରେ ସାମିଲ ହେଲି ।’ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବହୁ ନେତା ବିଜେପିରେ ସାମିଲ ହୋଇଛନ୍ତି । ଆଉ ଗୋଟିଏ ମିଶ୍ରଣ ପର୍ବରେ ଆହୁରି ନେତାଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି ସେ ।
ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘ରବୀନ୍ଦ୍ର ଜେନା ଓ ତାଙ୍କ ସମର୍ଥକ ମାନେ ଉଚିତ ସମୟରେ ଉଚିତ୍ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ବିଜେପି କେବଳ ବାଲେଶ୍ୱରରେ ଶକ୍ତିଶାଳୀ ହେବ ନାହିଁ ଓଡ଼ିଶା ଓ ସାରା ଦେଶରେ ଶକ୍ତିଶାଳୀ ହେବ ବିଜେପି । 2047ରେ ବିକଶିତ ଭାରତ ଏବଂ 2036କୁ ସମୃଦ୍ଧ ଓଡ଼ିଶା ଗଠନ ହେବ । ବାଲେଶ୍ୱରରେ ଆଗକୁ ଅନେକ ସମ୍ଭାବନା ଅଛି । ସବୁ ସମ୍ଭାବନା ପୂରଣ କରାଯିବ ।’
ବାଲେଶ୍ୱର ଜିଲ୍ଲାରେ ବିଧାନ ସଭା ଆସନ ମୋଟ ଆଠଟି ହୋଇଥିବା ବେଳେ ଭୋଗରାଇ ଓ ବସ୍ତାକୁ ଛାଡ଼ିଦେଲେ ବାକି ସ୍ଥାନରେ ବିଜେପି ବାଜିମାତ କରିଥିଲା । ଦୁଇଟି ଆସନ କେବଳ ବିଜେଡି ଦଖଲ କରିଥିଲା । ଉପଯୁକ୍ତ ଭାବେ ପ୍ରାର୍ଥୀ ଚୟନରୁ ଏମିତି ହୋଇଥିଲା ବୋଲି ସେତେବେଳେ ଆଲୋଚନା ହେଉଥିଲା