ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ନେଇ ଆଜି ବାଜିଛି ବିଗୁଲ୍ । ପ୍ରକାଶ ପାଇଛି ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଇଥିବା ବେଳେ ମାର୍ଚ୍ଚ 5ରେ ସରିବ । ମାର୍ଚ୍ଚ 6ରେ ନାମାଙ୍କନ ଯାଞ୍ଚ ହୋଇ ମର୍ଚ୍ଚ 16ରୁ ସକାଳ 9 ଟାରୁ ଅପରାହ୍ନ 5 ଯାଏଁ ଭୋଟିଂ ହେବ । ଓଡ଼ିଶାରେ 4 ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ବିଧାନସଭା ସଚିବ ତଥା ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ।
ରିଟର୍ଣ୍ଣିଂ ଅଫିସର
tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 21px !important;">ସତ୍ୟବ୍ରତ ରାଉତ
କହିଛନ୍ତି,"ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ 5 ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ସେହିପରି ମାର୍ଚ୍ଚ 6 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ନେବ । ମାର୍ଚ୍ଚ 9 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ ହୋଇଛି । ସେହିପରି ମାର୍ଚ୍ଚ 16 ତାରିଖ ସକାଳ 9ଟାରୁ ଅପରାହ୍ନ 4 ଯାଏଁ ଭୋଟ ଗ୍ରହଣ ହେବ । ଅପରାହ୍ନରେ ଭୋଟ ଗଣତି ହେବା ସହ ଫଳାଫଳ ଘୋଷଣା ହେବ । ଓଡ଼ିଶା ସମେତ 10 ରାଜ୍ୟର 37 ଆସନ ପାଇଁ ହେବ ଏହି ନିର୍ବାଚନ । ଓଡ଼ିଶାର 4 ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର 4 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ 2ରେ ଶେଷ ହେଉଛି । ଏହି ସାଂସଦମାନେ ହେଉଛନ୍ତି ବିଜେପିର ମମତା ମହାନ୍ତ, ସୁଜିତ କୁମାର ଏବଂ ବିଜେଡିର ମୁନା ଖାଁ, ଓ ନିରଞ୍ଜନ ବିଶି ।"
ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର 6 ସେଟ୍ ପ୍ରାର୍ଥୀ ପତ୍ର ସଂଗ୍ରହ କରିଛନ୍ତି ।"
4ଟି ରାଜ୍ୟସଭା ଆସନରୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟେ ଓ ବିଜେପି 2ଟି ଆସନରେ ବିଜୟ ହେବେ । ତେବେ କାହାକୁ ଉଭୟ ଦଳ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାଏଁ ଜଣାପଡ଼ିନାହିଁ । କୌଣସି ଦଳ ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନାହାନ୍ତି । ରାଜ୍ୟସଭା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ ଏବେ ସବୁ ଦଳର ନଜର । ଉଭୟ ଦଳରୁ 10ରୁ ଉର୍ଦ୍ଧ୍ବ ରାଜ୍ୟସଭା ରେସରେ ଅଛନ୍ତି । ସେହିପରି ଚତୁର୍ଥ ସିଟ ଉପରେ ସଂଖ୍ୟା ଥାଉ କି ନଥାଉ, ସବୁ ଦଳ ଏହି ରେସରେ ଧାଇଁଲେଣି ।