ପାଟଣା: (ବିଜୟ କୁମାର ମହାନ୍ତ) ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାଦୀ ବର୍ଷ ଅବସରରେ ପାଟଣା ମଣ୍ଡଳର ଭବ୍ୟ ହିନ୍ଦୁ ସମ୍ମିଳନୀ ଟାଙ୍ଗାରପଡା ମିଳନ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ହନୁମାନ ମନ୍ଦିରରୁ ଯାତ୍ରା ବାହାରି ସମ୍ମିଳନୀ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମ ରେ କନ୍ୟାପୂଜନ,ବୃକ୍ଷ ପୂଜନ, ଗାୟତ୍ରୀ ଯଜ୍ଞ,ହନୁମାନ ଚାଳିସା ପାଠ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ନୀଳମଣି ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ନଗର କାର୍ଯ୍ୟବାହ ଦୟାନିଧି ମହାନ୍ତ,ସଂମ୍ମାନୀତ ଅତିଥିଭାବେ ପାଟଣା ଖଣ୍ଡ ସଙ୍ଘ ଚାଳକ କାଳିଚରଣ ମହାନ୍ତ, ରାଜ୍ୟର କିଷାନ ସଂଘର

ମ୍ପାଦକ ପ୍ରଦୀପ କୁମାର ମହାନ୍ତ ଯୋଗଦେଇ ସମଗ୍ର ହିନ୍ଦୁ ସମାଜ ସନାତନ ସଂସ୍କୃତି, ସନାତନ ଧର୍ମ ଏବଂ ସାମାଜିକ ଏକତାର ପ୍ରତିକ,ହିନ୍ଦୁ ଧର୍ମ ବିଷୟ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ହୀରାଲାଲ ମହାନ୍ତ ସଂଯୋଜନା କରିଥିଲେ। ସମ୍ମିଳିନୀର କମିଟୀ ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଲେଇ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ମଞ୍ଚ ପରିଚାଳନା କରିଥିବା ବେଳେ , ଦିଲୀପ ନାୟକ, ଗୋବିନ୍ଦ ବଲ୍ଲବ ପୁଷ୍ଟି, ବାଡ଼ିଆ ସାହୁ, ନବକିଶ୍ୱର ପୁଷ୍ଟି, ଗୋବିନ୍ଦା ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

0 Comments