ପାଟଣା:-ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ପ୍ରାଦେଶିକ କ୍ରୀଡା ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କ୍ରୀଡା ପ୍ରତିଯୋଗିତାରେ କେନ୍ଦୁଝର ଜିଲ୍ଲା ଗଦଗଦି ଉଦୟପୁରର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।ସତର ବର୍ଷରୁ କମ୍ ବାଳିକା ବିଭାଗରେ ଗୁନଗୁନ ରାଣୀ ମହାନ୍ତ 100 ମିଟର ଦୈାଡରେ ଏବଂ ରି
େ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ବାଳକ ବିଭାଗରେ ନିରଞ୍ଜନ ମହାନ୍ତ 400 ମିଟର ଦୈାଡରେ ତୃତୀୟ ସ୍ଥାନ ଏବଂ ବାଧା ଦୈାଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୈାରବ ବୃଦ୍ଧି କରିଛନ୍ତି। ଏଥିପାଇଁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଏବଂ ଆଚାର୍ଯ୍ୟ ଆଚାର୍ଯ୍ୟା ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଏବଂ ପଦ ଧୈାତ କରି ସ୍ୱାଗତ କରିବା ସହିତ ଘୋଷ ବାଦ୍ୟ ବଜାଇ ବିଦ୍ୟାଳୟକୁ ପାଛୋଟି ନେଇଥିଲେ।