ମୟୂରଭଞ୍ଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂତନ ଅଧ୍ୟାୟ । ଶିମିଳିପାଳ ଜଙ୍ଗଲ ଭିତରୁ ଲାଇକେନ୍ର ସନ୍ଧାନ ମିଳିଛି । 'ଲାଇକେନ୍' ପ୍ରଜାତି ଗୁଡ଼ିକରେ ଜୀବାଣୁ ନାଶକ ଗୁଣ ରହିଛି । ଏହାକୁ ବିଭିନ୍ନ ସଂକ୍ରମଣ ରୋଗ ଚିକିତ୍ସାରେ ଏହାର ବ୍ୟବହାର କରାଯିବାର ସମ୍ଭାବନା ରହିଛି । ସେହିପରି କିଛି ପ୍ରଜାତିର ଲାଇକେନ୍ରେ କ୍ୟାନସର, ମଧୁମେହ ଓ ହାର୍ଟ ରୋଗ ମଧ୍ୟ ଠିକ୍ ହୋଇପାରିବ ବୋଲି ଗବେଷଣାରୁ ଜଣାପଡିଛି ।
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (MSCB University)ର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଲାଇକେନକୁ ନେଇ ଗବେଷଣା ଜାରି ରଖିଥିବା ବେଳେ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଗୁଳ୍ମ ‘ଲାଇକେନ୍' ବିଷୟରେ ଏବେ ପରି ତଥ୍ୟ ସାମ୍ନାକୁ ଆସିଛି । ଯାହା ଭବିଷ୍ୟତରେ ଔଷଧ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି ।
ଶିମିଳିପାଳ ଜାତୀୟ ଉଦ୍ୟାନରେ ୧୪୮ ପ୍ରଜାତିର ଲାଇକେନ ଥିବା ସୂଚନା ରହିଛି । ଏହା ଚିକିତ୍ସା କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ଗବେଷଣା କରୁଥିବା ବିଭାଗୀୟ ପ୍ରଫେସର । ଏହି ଲାଇକେନ ଗୁଡିକରେ ରହିଛି ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ । ଯାହାକି ଶରୀରର କୋଷ ଗୁଡିକୁ କ୍ଷତି ହେବାରୁ ରକ୍ଷା କରିଥାଏ । ଏହାଦ୍ବାରା ବଡ଼ ବଡ଼ ମାରାତ୍ମକ ରୋଗର ଚିକିତ୍ସା କରାଯାଇ ପାରିବ । ଯଦି ଏହି ଲାଇକେନ୍ର ସଠିକ ସଂରକ୍ଷଣ ଓ ବୈଜ୍ଞାନିକ ପଦ୍ଧତିରେ ସଦୁପଯୋଗ କରାଯାଏ ତେବେ ଭବିଷ୍ୟତରେ ଶିମିଳିପାଳ ଏକ ପ୍ରାକୃତିକ ଔଷଧ ଗବେଷଣାର କେନ୍ଦ୍ରବିନ୍ଦୁ ପାଲଟିବ ଏଥିରେ ସନ୍ଦେହ ନାହିଁ ।
ଫିସିଲିଆ ମେଲାନକ୍ରୋମା' ନାମକ ପ୍ରଜାତିର ଲାଇକେନ୍ ଆମ ଦେଶରେ ପ୍ରଥମ କରି ଶିମିଳିପାଳରୁ ମିଳିଥିଲା ଓ କ୍ଲୋଡନିଆ ପ୍ରୋଟିକଲୋଜା ନାମକ ଲାଇକେନ୍ ଓଡ଼ିଶାରେ ପ୍ରଥମ ଥର ମିଳିଛି । ଏମଏସସିବି ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଲାଇକେନ ସଂଗ୍ରହାଳୟରେ ଲାଇକେନ ଗୁଡ଼ିକର ଜୈବ କ୍ରିୟାଶୀଳ ରସାୟନିକ ତତ୍ତ୍ଵ ଗୁଡିକୁ ଚିହ୍ନଟ ଓ କ୍ରିୟାଶୀଳତା ବିଶ୍ଳେଷଣ କରାଯାଉଛି ।
ଲାଇକେନ୍ ହେଉଛି ଏକ ବିଶେଷ ପ୍ରକାର ଜୀବ । ଏହା କବକ ଏବଂ ଶୈବାଳ ମଧ୍ୟରେ ଏକ ସହଜୀବୀ ସମ୍ପର୍କରୁ ଜନ୍ମ ନେଇଥାଏ । ଏମାନେ ପଥର, ଗଛର ଛାଇ, ପାହାଡ଼ ଓ ମାଟି ଉପରେ ସ୍ଵାଭାବିକ ଭାବେ ବଂଶବିସ୍ତାର କରିଥାନ୍ତି । ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଲାଇକେନ୍ କଠିନ ପରିସ୍ଥିତିରେ ବଢ଼ନ୍ତି । ଉଚ୍ଚ ତାପମାତ୍ରା, ଭାରି ବର୍ଷା, ଶୁଷ୍କ ସମୟରେ ସଂଘର୍ଷ କରି ନିଜକୁ ବଞ୍ଚାଇବା ପାଇଁ ରକ୍ଷକ ରାସାୟନିକ ଦ୍ରବ୍ୟ ତିଆରି କରନ୍ତି । ପରେ ଏହା ମଣିଷ ପାଇଁ ଔଷଧ ଭାବେ ଉପଯୋଗୀ ହୁଏ । ଏହି ପଦାର୍ଥ ମାନଙ୍କୁ ଜୀବକ୍ରିୟାଶୀଳ ଦ୍ରବ୍ୟ କୁହାଯାଏ ।
-tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-size: 18px; line-height: 24px; font-family: __Noto_Sans_8df048, __Noto_Sans_Fallback_8df048; float: none !important;">ଲାଇକେନ’କୁ ନେଇ ଗବେଷଣା କରୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ବଜିତ ରଥ କହିଛନ୍ତି, "ମୋତେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଲକ୍ଷ୍ନୌ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଲାଇକେନ୍କୁ ନେଇ ପ୍ରୋଜେକ୍ଟ ଦିଆଯାଇଥିଲା । ପରେ ଶିମିଳିପାଳ ଯାଇ ସେଠାରୁ ଲାଇକେନ ସଂଗ୍ରହ କରି ଗବେଷଣା ଆରମ୍ଭ କରିଥିଲି । ଶିମିଳିପାଳର ତିନୋଟି ଜୋନ ଟ୍ରାନଜିଟ ଜୋନ(Transit zone), ବୋଫର ଜୋନ(Buffer zone) ଓ କୋର ଜୋନ(Core Area)ରୁ ଲାଇକେନ ସଂଗ୍ରହ କରାଯାଇଛି । ୧୪୮ ପ୍ରଜାତିର ଲାଇକେନ ପାଇଛୁ । ସେଥି ମଧ୍ୟରୁ ପାର୍ମୋଟ୍ରେମା, କ୍ଲାଡୋନିଆ, ହେଟ୍ରୋଡାର୍ମିଆ ଆଦି ପ୍ରଜାତିର ଲାଇକେନ ରହିଛି । ଉକ୍ତ ପ୍ରଜାତିର ଲାଇକେନରେ ଥାର୍ମୋକୁଇନନ୍, ଜିୟୋରିନ୍, ଆଜଲେକ୍ ଏସିଡ ପରି କମ୍ପାଉଣ୍ଡ ରହିଛି ଯାହାକି କ୍ୟାନସର ବିରୋଧୀ ତତ୍ତ୍ଵରେ ପରିପୂର୍ଣ୍ଣ । ଏସବୁ କ୍ୟାନସର ରୋଗ ଚିକିତ୍ସାରେ ବ୍ୟବହାର କରାଯାଇପାରିବ । ଏନେଇ ଗବେଷଣା ଚାଲିଛି । ତେବେ ଲାଇକେନର ଔଷଧୀୟ ଗୁଣ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣି ପାରିବ ।"