ମୟୂରଭଞ୍ଜ: ଆଜି ବାଣୀପୀଠ ଭାବେ ପରିଚିତ ଉଦଳାକୁ ପ୍ରଥମ ଥର ଗସ୍ତ କରି ୩୭୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ । ଯାହାକି ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ 'ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ।

ଏହି ଅବସରରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ କି, ‘ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବ।’ ଏହି ପ୍ରକଳ୍ପ ମାନଙ୍କ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟ ଉନ୍ନତିକରଣ, ଜନ ସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ସମବାୟ ସଂସ୍ଥା ଆଦି ଅନେକ ପ୍ରକଳ୍ପ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ । ବିଶେଷ ଭାବରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ମନ୍ଦିର ଓ ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ଅଭିଭାଷଣରେ 

x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା । ବିଧାୟକ ହେବା ପୂର୍ବରୁ ମଧ୍ୟ ଏଇ ମାଟି ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ରହିଛି । ଏହି ମାଟିର ଭାଷା, ସଂସ୍କୃତି, ପରମ୍ପରା ସହିତ ମୁଁ ଓତଃପ୍ରୋତ ଭାବେ ଜଡିତ। ମୟୂରଭଞ୍ଜକୁ ମୋର ଦ୍ଵିତୀୟ ଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ମାଟିର ମୂଳ ଓ ସ୍ଥାୟୀ ଅଧିବାସୀ ଭାବରେ ଗଣ୍ୟ ଆଦିବାସୀ ସଂପ୍ରଦାୟଙ୍କ ଲୋକ କଳା, ଚଳଣି ଓ ପରମ୍ପରା ଅତି ସମୃଦ୍ଧ । ଓଡିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି । ଓଡିଶାର କଳା ଜଗତକୁ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମୟୂରଭଞ୍ଜର ଛଉ ନୃତ୍ୟ ବିଶ୍ୱ ପ୍ରସିଦ୍ଧ । ଅନେକ ଆଦିବାସୀ ନୃତ୍ୟ କଳା ଓ ସଂଗୀତ ମଧ୍ୟ ଓଡିଶା ମାଟିକୁ ସମୃଦ୍ଧ କରିଛି ।’

ସେ ଆହୁରି କହିଥିଲେ, ‘ଆଜି ଆମ ରାଜ୍ୟ ଓଡିଶା ଏକ ନୂତନ ବିକାଶ ପଥର ଯାତ୍ରୀ ହୋଇଛି । ଗତ ପ୍ରାୟ ଅଢେଇ ଦଶନ୍ଧି ଧରି କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ବିକାଶର ଡିଣ୍ଡିମ ପିଟୁଥିଲେ । କିନ୍ତୁ, ଆଜି ଆପଣଙ୍କ ସରକାର ଆପଣଙ୍କ ଉନ୍ନତି ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ଯେପରିକି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ନୂତନ ଶିକ୍ଷାନୀତି ପରି ଯୋଜନା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଜଗନ୍ନାଥ ଦର୍ଶନ ସେବା, ମଡେଲ ମଣ୍ଡି ପରି ନୂତନ ଯୋଜନାର ପରିକଳ୍ପନା କରାଯାଇଛି ।’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,‘ ଆଜି ଆମ ସରକାର କ୍ଷମତାକୁ ଆସିବାର ପ୍ରାୟ ୯ ମାସ ହୋଇ ସାରିଛି । ଏହି ସ୍ୱଳ୍ପ ଦିନରେ ଆମ ସରକାର ପ୍ରକୃତରେ ଲୋକଙ୍କ ସରକାରର ମାନ୍ୟତା ଲାଭ କରିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ନିର୍ବାଚିତ ଲୋକପ୍ରତିନିଧି ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି । ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜନ ଶୁଣାଣି କରୁଛୁ । ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।’

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଜୋର‍ଦାର ଉଦ୍ୟମ ଆରମ୍ଭ ହୋଇଛି । ଦେଶ ଓ ରାଜ୍ୟର ଏହି ମହାନ ଲକ୍ଷ୍ୟ ପୂରଣରେ ମୟୂରଭଞ୍ଜର ମଧ୍ୟ ବିଶେଷ ଭୂମିକା ରହିବ । ସେହି ସ୍ଵପ୍ନକୁ ବାସ୍ତବତାର ରୂପ ଦେବାପାଇଁ "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ" ଧାରାରେ ସାଥି ହୋଇ ବିଶ୍ୱାସର ସେତୁ ବନ୍ଧ ତିଆରି କରିବା ପାଇଁ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ସମସ୍ତଙ୍କ ପ୍ରୟାସରେ ସମୃଦ୍ଧ ଓଡିଶା ଗଠନ ହେବ । ବିକଶିତ ଭାରତ ଗଠନ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।’

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦଳା ଅଞ୍ଚଳର ହୀରା ସିଂ ଓ ଗଣେଶ୍ୱର ସିଂଙ୍କୁ ସରକାରଙ୍କର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ  ସମସ୍ତ ସାଂସଦ, ବିଧାୟକ, ଅଧିକାରୀ ଉପସ୍ଥିତ ଥିଲେ।

0 Comments