ମୟୂରଭଞ୍ଜ: ମୟୂରଭଞ୍ଜରେ ତାଣ୍ଡବ
t-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">
ରଚିଛି କାଳବୈଶାଖୀ । କାହାର ଘର ଦ୍ବାର ଭାଙ୍ଗିଛି । କାହାର ସର୍ବସ୍ବ ଚାଲି ଯାଇଛି । କୁଆପଥର ମାଡ, ଅଦିନିଆ ବର୍ଷା ପୂରା ଛାରଖାର କରିଦେଇଛି । କାଳବୈଶାଖୀ ପ୍ରଭାବରେ ବେଶ କ୍ଷତିଗ୍ରସ୍ତ ହୋଇଛି ମୟୂରଭଞ୍ଜ ଏକାଧିକ ଅଞ୍ଚଳ । ଏହାର ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି । ମନ୍ତ୍ରୀଙ୍କ କାରକେଡକୁ ଆକ୍ରମଣ କରି କାର କାଚ ଭାଙ୍ଗିବା ସହ କ୍ଷତିପୂରଣ ଦାବିରେ ପୁଣି ରାସ୍ତା ଅବରୋଧ କରିଥିଲେ । ଏହାସହ ଉପ-ଜିଲ୍ଲାପାଳଙ୍କୁ ଗ୍ରାମବାସୀ ମାନେ ଅଟକାଇ ଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରିଦର୍ଶନ କରିଛନ୍ତି । ରବିବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାଙ୍ଗିରିପୋଷି ଓ ବିଶୋଇ ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜିଲ୍ଲାର ଅନ୍ୟ ବିଧାୟକ ମାନେ ଉପସ୍ଥିତ ରହିଥିଲେ ।
ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ ଗତ ୪ଦିନ ହେଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ୧୦ଟା ୩୦ରେ ବାଙ୍ଗିରିପୋଷି ମିନି ଷ୍ଟାଡିୟମ ଠାରେ ଅବତରଣ କରିଥିଲେ । ଏହାପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଜିଲ୍ଲାପାଳ ହେମକାନ୍ତ ସଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଳି ପ୍ରମୁଖ ବାଙ୍ଗିରିପୋଷି ଓ ବିଶୋଇ ଅଞ୍ଚଳର କ୍ଷତିଗ୍ରସ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କରି ସରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ସହିତ ଜିଲ୍ଲା ପ୍ରଶାସନ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଭୁବେନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ପୀଡ଼ିତ ମାନଙ୍କୁ ସଠିକ ଭାବେ ସରକାରୀ ସହାୟତା ମିଳିନଥିବା ବେଳେ କ୍ଷତିପୂରଣ ଦାବି କରି ଶୁକ୍ରବାର ଠାରୁ ନିୟମିତ ରାସ୍ତା ଅବରୋଧ କରୁଛନ୍ତି । ଶୁକ୍ରବାର ଖଡ଼ମବେଡା ଓ ଶନିବାର ବାଙ୍ଗିରିପୋଷି ଠାରେ ଜାତୀୟ ରାଜପଥ ୪୯ ଅବରୋଧ କରିଥିଲେ । କିନ୍ତୁ କୋଣସି ସମାଧାନ ହୋଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।