ପାଟଣା (ବିଜୟ ମହାନ୍ତ):କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସରକାରୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସିଲିଦା ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ମହାନ୍ତ ଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମିନାକ୍ଷୀ ନାଏକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ସମିତିସଭ୍ୟ ପ୍ରଦୀପ ନାଏକ, ଯୋଗଦେଇ ସଂସ୍କାର, ସଂସ୍କୃତି ଓ ଶୃଙ୍ଖଳା ରହିଲେ ପ୍ରତ୍ୟେକ ଛାତ୍ର, ଛାତ୍ରୀ ସଫଳ ମଣିଷ ଟିଏ ହୋଇପାରିବେ ବୋଲି ବକ୍ତବ୍ୟ ଦେଇଥିଲ

େ । ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଯୋଗେନ୍ଦ୍ର ନାଏକ ଯୋଗ ଦେଇଥିଲେ । ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷକ ସୁବ୍ରତ କୁମାର ମଲିକ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦୁଲବ ମହାନ୍ତ, ଅଜିତ କୁମାର ମହାନ୍ତ, ପ୍ରମୋଦ ବେହେରା, ବିଜୟ କୁମାର ଗାରଡ଼ିଆ, ଶିଶିର କୁମାର ମହାନ୍ତି, ବିଜୟା ନନ୍ଦ ସେଠୀ (ବିଜୁ) କର୍ମଚାରୀ ସହଯୋଗ କରିଥିଲେ । ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପାତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0 Comments