ପାଟଣା(ବିଜୟ ମହାନ୍ତ):କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପୋଷି ସ୍ଥିତ PM SHRI ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦେଇପୋଷି ପରିସରରେ ଶୁକ୍ରବାର ବାର୍ଷିକ ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଅଧିକାରୀ ପରମେଶ୍ୱର ସାମଲ ଯୋଗଦେଇ କ୍ରୀଡା ମାଧ୍ୟମରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ୱ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବାରିକ ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର, ଶୃଙ୍ଖଳା ଓ ଖେଳମନୋଭାବ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ରାମାନାୟଣ ମୁଖାର୍ଜୀ,ପୂର୍ବତନ ଶିକ୍ଷକ କୀର୍ତନ ବିହାରୀ ମହାନ୍ତ, ବିଦ୍ୟାଳୟ ପରିଚାଳାନା କମିଟି ର ଅଧ୍ୟକ୍ଷ ଦିବ୍ୟଲୋଚନ ସାହୁ, ସରପଞ୍ଚ ମିନାକ୍ଷୀ ନାଏକ,ସମିତି ସଭ୍ୟ ପ୍ରଦୀପ ନାଏକ ପ
୍ରମୁଖ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସ୍ଥାନୀୟ ସାମ୍ବାଦିକ ବିଜୟ କୁମାର ମହାନ୍ତ ଓ ସନ୍ତୋଷ କୁମାର ପତି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା। ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଶିକ୍ଷକ ପାର୍ଥ ସାରଥୀ ବେଜ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଦିନେସ କୁମାର ନାଏକ,ସରୋଜ କୁମାର ମହାନ୍ତ,ଅଶିତ କୁମାର ରାଉତ, ପପୁନ କୁମାର ସେଠୀ, ଚନ୍ଦନ ବିନ୍ଧାଣି, ନିରୂପମା ମହାନ୍ତ, ଜୀବାନି ମହାନ୍ତ, ସୁମିତା ନାଏକ, ସୁନେଲି ସରେନ,ମୋତି ମୋନାଲିସା ମହାପାତ୍ର, ଲକ୍ଷ୍ମଣ ବେହେରା, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ମୁଣ୍ଡା ସମସ୍ତ ଅତିଥି, ଶିକ୍ଷକ, ପରିଚାଳନା କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।