ଢେଙ୍କିକୋଟ( ତପନ ବେହେରା) ଘଟଗାଁ ବ୍ଲକ ଅନ୍ତର୍ଗତ ମୁଦ୍ରାବେଡା ସ୍ଥିତ ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଆଜି ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ହରେକୃଷ୍ଣ ପୁହାଣ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ବାର୍ଷିକ କ୍ରୀଡା ଓ ମେଧା ଅନ୍ୱେଷଣ ପ୍ରତିଯୋଗିତା ର ଚମ୍ପିୟାନ ଦ୍ୱୟ ଙ୍କ ସହ ସମସ୍ତ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ ସହ ଡିସେମ୍ବର ୩୧ ରେ ଅବସର ଗ୍ରହଣ କରିଥିବା ସଂସ୍କୃତ ଶିକ୍ଷକ ଦେବାନନ୍ଦ ମହାକୁଡ ଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ , ଉପଢୌକନ ଆଦି ବିଦ୍ୟାଳୟ ତଥା ଅଭିଭାବକ ଙ୍କ ମାନଙ୍କ ତରଫରୁ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଙ୍କ

ପ୍ରତିନିଧି ଅଖିଳ ପାତ୍ର , ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ଲେଳନର ସଭାପତି ନୃସିଂହ ନାଥ ସିଂହ , ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ କୁମାର ସାହୁ , କ୍ଲଷ୍ଟର ସଂଯୋଜକ ଜିତେନ୍ଦ୍ର ଗିରି ,କବି ତଥା ଶିକ୍ଷାବିତ୍ ପ୍ରତାପ କିଶୋର ରାଉତ , ଶିକ୍ଷାବିତ୍ ମଧୁସୂଦନ ପ୍ରଧାନ, ମଧୁସୂଦନ ନାୟକ  ଶିକ୍ଷକ ନେତା ଦୀପ୍ତି ରଞ୍ଜନ ପ୍ରଧାନ ସମିତି ସଭ୍ୟା ତିଳୋତ୍ତମା ମହାନ୍ତ ,ବିଦ୍ୟାଳୟ ପରିଚାଳନା ସଭାପତି ଦୂଲ୍ଲଭ ଘଣା ଓ ପୂର୍ବତନ ସଭାପତି ଦୁଷ୍ମନ୍ତ ଘଣା ,ଦାମୋଦର ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରବୀନ୍ଦ୍ର ବେଜ୍,ଅଭିମନ୍ୟୁ କବି ଓ ପ୍ରଦୀପ ବରାଳ ପ୍ରମୁଖ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0 Comments