କଟକ: ହାଇକୋର୍ଟରେ PUCC ସମ୍ପର୍କିତ ଜନ ସ୍ୱାର୍ଥ ମାମାଲ ଖାରଜ । ପୂର୍ବ ବକେୟା ଚାଲାଣ ପୈଠ ନକଲେ ମିଳିବନି PUCC । ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ । ପିୟୁସି କରିବାକୁ ହେଲେ ଚାଲାଣ ପୈଠ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି । ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ ବକେୟା ଚାଲାଣ ଥିଲେ ପିୟୁସି ଆବଦେନ ହୋଇପାରିବନାହିଁ। ଏହାସହିତ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ମାମ

ଲା ଯୁକ୍ତି ଉପସ୍ଥାପନ କରୁଥିଲେ । ସେ ଦର୍ଶାଇଥିଲେ ଯେ ସଡ଼କ ସୁରକ୍ଷା ଓ ଆଇନର ଅନୁପାଳନ ପାଇଁ ଏହି ବ୍ୟବସ୍ଥା ଜରୁରୀ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ତେବେ PUCC ପୂର୍ବରୁ ୯୦ ଦିନରୁ ପୁରୁଣା ଚାଲାଣ ପୈଠ କରିବା ବାଧ୍ୟତାମୂଳକ । ୯୦ ଦିନରୁ ଊର୍ଦ୍ଧ୍ବ ସମୟ ଚାଲାଣ ବକେୟା ରହିଲେ PUCC ଯାଞ୍ଚ ହୋଇପାରିବନି ।

ପୂର୍ବରୁ ଜାନୁଆରୀ 27 ତାରିଖରେ ଗାଡି ଚାଳକଙ୍କୁ ଆଶ୍ବସ୍ଥି ମିଳିଥିଲା ହାଇକୋର୍ଟରୁ ଯେତେବେଳେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ ବୋଲି ରାୟ ଦେଇଥିଲେ ହାଇକୋର୍ଟ । ଏହା ସହିତ ହାଇକୋର୍ଟ କହିଥିଲେ, PUCC ନ ଥିଲେ ବି ମିଳିବ ପେଟ୍ରୋଲ । ପ୍ରଦୂଷଣ ସାର୍ଟିଫିକେଟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ ରାୟ ପ୍ରଦାନ କରିଥିଲେ ଓଡିଶା ହାଇକୋର୍ଟ । ତେବେ ପୂର୍ବରୁ ଦାୟର ହୋଇଥିଲା ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଓଡିଶା ହାଇକୋର୍ଟ ।

BAHAN ପୋର୍ଟାଲରେ କୌଣସି ଚାଳକ ଯେପରି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର । PUCC ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବା ପ୍ରସଙ୍ଗ ନିର୍ଦ୍ଦେଶ ପ୍ରତ୍ୟାହାର ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ସରକାର ।

ଏହା ପୂର୍ବ ଶୁଣାଣିରେ ଗାଡି ନାଁରେ ଚାଲାଣ ଥିଲେ ପ୍ରଦୂଷଣ ସାର୍ଟିଫିକଟ ନ ମିଳିବା ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପରିବହନ କମିସନରଙ୍କ ଠାରୁ ପୂର୍ବରୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

0 Comments