କଟକ: ବହୁ ଚର୍ଚ୍ଚିତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ସମ୍ପର୍କିତ ଲାଞ୍ଚ ମାମଲାରେ ଗିରଫ ହୋଇପାରନ୍ତି IAS ବିଷ୍ନୁପଦ ସେଠୀଙ୍କ ଅଡୁଆ ବଢିଲା। ବିଷ୍ନୁପଦଙ୍କ ଆବେଦନ ଖାରଜ କଲେ ଓଡିଶା ହାଇକୋର୍ଟ । 10 ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ଏହାକୁ ବିରୋଧ କରି ହାଇକୋର୍ଟ ଆସିଥିଲେ ବିଷ୍ନୁପଦ । ପୂର୍ବରୁ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।

ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ IAS ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍

ତର ରଖିଥିଲେ ଓଡିଶା ହାଇକୋର୍ଟ । କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ପୂର୍ବରୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ । ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ, ତାଙ୍କ ପତ୍ନୀ ଓ ଝିଅଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଥିଲେ ଓଡିଶା ହାଇକୋର୍ଟ।ତେବେ କୋର୍ଟ ଆଜି ଅନ୍ତରୀଣ ନିର୍ଦ୍ଦେଶକୁ ଖାରଜ କରିବା ପରେ ଅଡ଼ୁଆ ବଢିଛି।


ଗତ ଫେବୃଆରୀ ମାସରେ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ସିବିଆଇ ଅଧିକାରୀମାନେ ତାଙ୍କ ଘରେ ଚଢ଼ଉ କରି ରେକର୍ଡ଼ପତ୍ର ଯାଞ୍ଚ କରିଥିଲେ। ସିବିଆଇର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏସ‌.କେ. ପାଣିଗ୍ରାହୀ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

୮ ଜଣିଆ ସିବିଆଇ ଟିମ୍ ଷ୍ନୁପଦ ସେଠୀଙ୍କ ଘରେ ପଶି ଛାନଭିନ କରିଥିଲେ । ସରକାରୀ ବାସଭବନ ତଥା ଫରେଷ୍ଟ ପାର୍କର କଡ଼ରେ ଥିବା କ୍ବାର୍ଟର ୫-ଆର ୪ରେ ରେଡ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନିର ଲାଞ୍ଚ କାରବାର ମାମଲାରେ ପୁର୍ବରୁ ବିଷ୍ଣୁପଦଙ୍କୁ ସମନ ହୋଇଥିଲା । ଲାଞ୍ଚ କାରବାର ମାମଲାରେ ସିବିଆଇ ଟିମ୍ ଘରେ ପଶି ଛାନଭିନ କରିଥିଲେ ।

ସିବିଆଇର ବରିଷ୍ଠ ଅଧିକାରାଙ୍କ ସୁଚନା ମୁତାବକ, ବିଷ୍ଣୁପଦଙ୍କର କିଛି ତଥ୍ୟ ଯାଞ୍ଚ କରାଯାଇଛି । ଘରର ସିସିଟିଭି ମଧ୍ୟ ଯାଞ୍ଚ କରାଯାଇଛି । ଗତ ବର୍ଷ ଡିସେମ୍ବର ମାସରେ ସମନ ସତ୍ତ୍ୱେ ହାଜର ହୋଇନଥିଲେ ଆଇଏଏସ ବିଷ୍ନୁପଦ ସେଠୀ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଲାଞ୍ଚ କାରବାର ମାମଲାରେ ଯେହେତୁ ତାଙ୍କୁ ସିବିଆଇ ସ୍କାନରକୁ ଆଣିଥିଲା । ଏନେଇ ସିବିଆଇ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଥିଲା । ଏପରିକି ଡିସେମ୍ବର ୭ ତାରିଖରେ ନୟାପଲ୍ଲୀର ଏକ ତାରକା ହୋଟେଲ ସାମ୍ନାରୁ ଲାଞ୍ଚ କରାବାର ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଲିଙ୍କରେ ସେ ଦିନ ଆଇଏଏସ ଅଫିସର କେଉଁଠି ଥିଲେ ସେନେଇ ଜଣାଇବାକୁ ଚେଷ୍ଟା କରିଥିଲେ ସିବିଆଇ ଅଧିକାରୀ ।

0 Comments