କଟକ: କଟକ ଦୁର୍ଗା ପୂଜାରେ ଆଉ ରାସ୍ତା ଉପରେ ରହିବନି ତୋରଣ । ରୋଡ କ୍ରସିଂ ବା ରାସ୍ତା ଉପର ଦେଇ କୌଣସି ତୋରଣ କିମ୍ବା ଲାଇଟ ଗେଟ ନିର୍ମାଣ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ରାସ୍ତା କଡରେ ତୋରଣ ବା ଲାଇଟ ଗେଟ ନିର୍ମାଣ କରିପାରିବେ । କଟକ ମହାନଗର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅବସରରେ ଏହା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହାବ ସିନ୍ଦେ । ତେବେ ଜିଲ୍ଲାପାଳଙ୍କ ଏହି ପ୍ରସ୍ତାବ ବା ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ପୂଜା କମିଟିର କର୍ମକର୍ତ୍ତା ।

କଟକ ଦଶହରାରେ ଏଥର ରାସ୍ତା ଉପରେ ଦେଖିବାକୁ ମିଳି ନପାରେ ସୁଉଚ୍ଚ ତୋରଣ । ବିଶେଷ କରି ସଙ୍କୀର୍ଣ୍ଣ ରାସ୍ତା ଉପର ଦେଇ କୌଣସି ତୋରଣ କିମ୍ବା ଲାଇଟ ଗେଟ ନିର୍ମାଣ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ମାନେ ରାସ୍ତାକୁ ଅବରୋଧ ନକରି ରାସ୍ତା କଡକୁ ତୋରଣ ବା ଲାଇଟ ଗେଟ ନିର୍ମାଣ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଆଜି(ରବିବାର) ଦିନ ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ଏହା ସ୍ପଷ୍ଟ କରିଛନ୍ତି 

0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହାବ ସିନ୍ଦେ ।

ଏହା ସହିତ ପୂଜାରେ ତୋରଣ, ମଣ୍ଡପର ସୁରକ୍ଷା, ଅଗ୍ନି ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ଗମନାଗମନକୁ ନେଇ ପ୍ରତିଟି ପୂଜା କମିଟିମାନେ ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ । ଯଦି ପୂଜା କମିଟିମାନେ ତୋରଣ ନିର୍ମାଣ କରୁଥାନ୍ତି ତେବେ ସେମାନେ ଏହାର ଏକ ନକ୍ସା ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ବ୍ୟତିତ ପୂଜାରେ ଡିଜେ, ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ ଓ ଫାୟାର ଗନ ବ୍ୟବହାର ଉପରେ କଟକଣା ରହିବ । ଏହା ସହ ପ୍ରଥମ ଥର ଲାଗି ଭସାଣି ସମୟରେ ମୁଖ୍ୟ ରାସ୍ତା ଗଡରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ରହିବ ବୋଲି ପୂଜା କମିଟି ବୈଠକରେ ସୂଚନା ଦେଇଛନ୍ତି କଟକ ଜିଲ୍ଲପାଳ ।

ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ଦୁର୍ଗାପୂଜା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ । ଦଶହରାକୁ ଶାନ୍ତି ଶୃଙ୍ଗଳାର ସହ ସମ୍ପର୍ଣ୍ଣ କରିବା ସହିତ ପୂଜା ସମୟରେ ଆବଶ୍ୟକ ହେଉଥିବା ରାସ୍ତାଘାଟର ମରାମତି, ପରିମଳ ଓ ପିଇବା ପାଣି ଭଳି ଭିତ୍ତିଭୂମି ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

0 Comments