କେନ୍ଦୁଝର: କେନ୍ଦୁଝରସ୍ଥିତ ନରସିଂହ ସ୍ୱାଇଁ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୁକ୍ରବାର ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ,କେନ୍ଦୁଝର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଥିବା ବିଭିନ୍ନ ବିଭାଗ ର ଉପକରଣ ଏବଂ ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଅନୁଧ୍ୟାନ କରିବା ସହ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ।ଓଡ଼ିଶା
ଣି ଯାନ୍ତ୍ରିକ ବିଦ୍ୟାଳୟର ପ୍ରିନସିପାଲ୍ ଇଂ ମନ୍ମଥ କୁମାର ମାଝୀ ଏବଂ ଆଡ଼ମିଶନ ଇନଚାର୍ଜ ଇଂ ପାର୍ଥ ସାରଥୀ ଦାଶ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ କରିବା ସହ କ୍ୟାରିଅର କାଉନସେଲିଂ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୁରୁଦେବ ମହାନ୍ତ,ବିଜୟ କୁମାର ବେହେରା,ବିବେକାନନ୍ଦ ରାଉତ,ପ୍ରଦୀପ୍ତ କୁମାର ଦେହୁରୀ,ତନ୍ମୟ ରାଉତ,ଶିକ୍ଷା କର୍ମଚାରୀ ସୁଜାତା ନାଏକ ଏବଂ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।