କେନ୍ଦୁଝର:- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଦେଶବ୍ୟାପୀ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଳନର ଅଂଶସ୍ୱରୂପ, ଆଜି କେନ୍ଦୁଝର ଜିଲ୍ଲାସ୍ତରୀୟ ପଦଯାତ୍ରା ଆୟୋଜିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ସବୁଜ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଅଧିକାରୀ, କର୍ମଚାରୀ ଏବଂ ନାଗରିକଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
୪୦୦ ରୁ ଅଧିକ ଅଂଶଗ୍ରହଣକାରୀ ପଦଯାତ୍ରାରେ ଯୋଗ ଦେଇଥିଲେ,
ଯାହା ସର୍ଦ୍ଦାର ପଟେଲଙ୍କ ଦ୍ୱାରା ସ୍ଥାପିତ ଜାତୀୟ ଏକତା ଏବଂ ଅଖଣ୍ଡତାର ଆଦର୍ଶ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।
ଏହି ଅବସରରେ, ଅଂଶଗ୍ରହଣକାରୀମାନେ ଆତ୍ମନିର୍ଭର ଭାରତ ଏବଂ ନିଶା ମୁକ୍ତି ପ୍ରତିଜ୍ଞା ପାଠ କରିଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ ପରିଚାଳନା କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, କ୍ରୀଡ଼ା ପ୍ରଶିକ୍ଷକ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।