ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସିଲା ଲିଙ୍ଗିପୁର ଅଗ୍ନିକାଣ୍ଡ ଘଟଣା । ନିଆଁ ବର୍ତ୍ତମାନ ପୂରାପୁରି ନିୟନ୍ତ୍ରଣରେ ରହିଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଗତକାଲିଠୁ ଧଉଳି-ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟର ତୃତୀୟ ମହଲା ନିଆଁ ଲାଗିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ତେବେ ଅନେକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି ।

ତେବେ ୪ ମହଲା ବିଶିଷ୍ଟ କୋଠାରେ କୌଣସି ଝରକା ନ ଥିବା ବେଳେ ପ୍ରଵେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ । ଫଳରେ ଉଚ୍ଚ କୋଠାକୁ ପଶି ନିଆଁ ଲିଭାଇବା ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇପଡିଥିଲା । ଆଜି (ମଙ୍ଗଳବାର) ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ସୁପର ମାର୍ଟ ଜଳୁଥିବା ବେଳେ ନିଆଁ ଆୟତ୍ତ ହୋଇପାରୁନାହିଁ କିନ୍ତୁ ନିୟନ୍ତ୍ରଣକୁ ଆସିଛି ।

ଏନେଇ ସୁପର ମାର୍ଟ ମାଲିକ 

-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;">ସୁବାସ ଚନ୍ଦ୍ର ଜଗତି କହିଛନ୍ତି, ଗତକାଲି (ସୋମବାର) ରାତି ୯ଟା ୩୦ରେ ଗୋଦାମ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧୦ଟା ୨୦ରେ ତାଙ୍କୁ ଗୋଦାମ କର୍ମଚାରୀ କଲ କରିଥିଲେ। ଦ୍ଵିତୀୟ ମହଲାରେ ନିଆଁ ଲାଗିଥିବା ଜଣାଇଥିଲେ। ଏହାପରେ ଅନ୍ୟ ମହଲାକୁ ନିଆଁ ବ୍ୟାପିଯାଇଥିଲା । ଏହାପରେ ସେ ଅଗ୍ନିଶମ ବାହିନୀଙ୍କୁ କଲ କରି ଜଣାଇଥିଲେ । ଅଗ୍ନିଶମ ଟିମ୍ ପହଞ୍ଚିବା କ୍ଷଣି ସେ ମାର୍ଟରେ ପହଞ୍ଚିଥିଲେ। ଗୋଦାମ କର୍ମଚାରୀମାନେ ନିଜସ୍ଵ ଚେଷ୍ଟାରେ ପାଇପରେ ପାଣି ପକାଇଥିଲେ । ଛାତ ଉପରେ ୪ଟି ଟାଙ୍କି ରହିଛି । କୋଠା ଭିତରେ ଅଗ୍ନି ନିରାପତ୍ତା ଉପକରଣ ଥିଲା । ଅଗ୍ନିକାଣ୍ଡରେ ୪ରୁ ୫ରୁ କୋଟି ଟଙ୍କା କ୍ଷତି ହୋଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବ ବୋଲି ଅନୁମାନ କରୁଛି । ଉପର ମହଲରେ ଦୁଇ ଜଣ କର୍ମଚାରୀ ଫସି ରହିଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ ।

ଡେପୁଟି ଫାୟାର ଅଫିସର (ଡିଏଫଓ) ନାରାୟଣ ଦାସ କହିଛନ୍ତି, କୋଠାରେ ପ୍ରଵେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ । ଏପରିକି କୋଠାରେ କୌଣସି ଝରକା ମଧ୍ୟ ନାହିଁ । ଯାହା ଫଳରେ କୋଠାର ଧୂଆଁ ବାହାରକୁ ଆସିପାରି ନଥିଲା । ଯେଉଁ ଦ୍ୱାର ଦେଇ ଆମେ ନିଆଁ ଲିଭାଇବାକୁ ଯାଉଥିଲୁ। ସେହି ଦ୍ୱାର ଦେଇ ଧୂଆଁ ବାହାରୁଥିଲା । ଏଥିପାଇଁ ଆମକୁ ବହୁତ କଷ୍ଟ କରିବାକୁ ପଡୁଛି । କୋଠାଟି ପ୍ଲାଷ୍ଟିକ ସାମଗ୍ରୀରେ ଭର୍ତ୍ତି ଥିଲା। ଫାୟାର ସେଫଟି ସାର୍ଟିଫିକେଟ୍ ଅଛି କି ସେନେଇ ତଦନ୍ତରେ ଯାଞ୍ଚ କରିବୁ ।

0 Comments