df048; font-size: 18px;">କେନ୍ଦୁଝର: ପୁଣି କୋର୍ଟକୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମା ଧମକ ଘଟଣାକୁ 48 ଘଣ୍ଟା ନପୂରୁଣୁ କେନ୍ଦୁଝର ଜିଲ୍ଲା ଦୌରାଜର୍ଜ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି । ଏହା ପରେ ସଙ୍ଗେ ସଙ୍ଗେ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ କୋର୍ଟ ପରିସରରେ ଯାଞ୍ଚ କରିଛନ୍ତି ।

କଟକ ହାଇକୋର୍ଟ ଓ ସମ୍ବଲପୁର ଜିଲ୍ଲା କୋର୍ଟ ପରେ ଆଜି(ମଙ୍ଗଳବାର) କେନ୍ଦୁଝର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଏହି ମେଲ ପାଇବା ପରେ ପରେ କୋର୍ଟ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଦିଆଯାଇଥିଲା ଅଭିଯୋଗ । ଅଭିଯୋଗ ପାଇ ଟାଉନ ପୋଲିସ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ସହ କୋର୍ଟରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ପ୍ରତି ରୁମ ଓ ପ୍ରତି ଆଲମାରୀ ମହ ସବୁ ଜିନିଷ ଯାଞ୍ଚ କରାଯାଇଛି । ତେବେ ଏହା ମିଛ ଧମକ ବୋଲି ଯାଞ୍ଚ ପରେ ଜଣାପଡିଛି ।

ସୂଚନା ଥାଉକି, ଗତ ରବିବାର(ମାର୍ଚ୍ଚ 1)ରେ ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଥିଲା । ଯାଞ୍ଚ ପରେ ତାହା ମିଛ ଧମକ ବୋଲି ଜଣାପଡିଥିଲା । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ହାଇକୋର୍ଟଠୁ ନେଇ ଓଡ଼ିଶାର ଅନେକ କୋର୍ଟକୁ ବୋମା ଧମକ ଆସିଛି ।

0 Comments