ଭୁବନେଶ୍ବର: 

ans_Fallback_8df048; font-size: 20px;">ଓଡିଶାରେ ୪୨ ପ୍ରତିଶତରୁ ଅଧିକ ବୟସ୍କମାନେ ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଛନ୍ତି । ଯାହା ଜାତୀୟ ହାର ଠାରୁ ପାଖାପାଖି ଦୁଇ ଗୁଣ ଅଧିକ । ତମାଖୁ ବ୍ୟବହାର ପ୍ରଭାବରେ ରାଜ୍ୟରେ ପାଟି, ମୁଖ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି ।

୨୦୧୩ ମସିହାରେ ରାଜ୍ୟରେ ଗୁଟ୍‌ଖା ନିଷିଦ୍ଧ ଘୋଷଣା ପରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ନିଷିଦ୍ଧ ହୋଇଛି ତମାଖୁ, ନିକୋଟିନ ଯୁକ୍ତ ସମସ୍ତ ଉତ୍ପାଦ । ତମାଖୁ ଓ ନିକୋଟିନ ଯୁକ୍ତ ସମସ୍ତ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ଉପରେ କଟକଣା ଘୋଷଣା କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଜର୍ଦ୍ଦା, ଖଇନି, ଗୁଟ୍‌ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ । ଏହା ସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଖରାପ । ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ (Global Adult Tobacco Survey) ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨ ପ୍ରତିଶତ ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଛି । ଯାହା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି ।

0 Comments