pia: ; font-weight: bolder; font-size: 18px; font-family: __Noto_Sans_8df048, __Noto_Sans_Fallback_8df048;">ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ । ଫେବୃଆରୀ ପ୍ରଥମ ସପ୍ତାହରେ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ ସୂଚୀ ଚୂଡାନ୍ତ ହୋଇଛି । ଏହି ଅବସରରେ ବାଲେଶ୍ଵର, ଯାଜପୁର ଓ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ସେହିପରି ଆସନ୍ତାକାଲି(ଶୁକ୍ରବାର) କଟକରେ ଆୟୋଜନ ହେବାକୁ ଥିବା ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ।

ଓଡି଼ଶାର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ହେବାର ସୂଚନା ମିଳିଛି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପ୍ରସ୍ତୁତିରେ ମଧ୍ୟ ଲାଗି ପଡିଛନ୍ତି ।


0 Comments