ଭୁବନେଶ୍ବର: ଆଜି ପୁଣି ଦେଶର ସବୁଠାରୁ ପ୍ରଦୂଷିତ ସହର ହୋଇଛି

#0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 20px;"> ତାଳଚେର । ଦେଶରେ ସର୍ବାଧିକ ବାୟୁ ପ୍ରଦୂଷିତ ସହର ଭାବେ ଲଗାତର ଦୁଇ ଦିନ ଧରି ତାଳଚେରର ନାଁ ରହିଛି । ତେବେ ଏହି ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତାଳଚେର ପୌରାଞ୍ଚଳ ପାଇଁ ଜାରି ହୋଇଛି କଡ଼ା ଗାଇଡଲାଇନ । ଏପଟେ ତାଳଚେରର AQI ଆଜି ରହିଛି ୩୩୨ ।

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି AQIର ମାତ୍ରା । ରାଜ୍ୟରେ ଥିବା ଅଧିକାଂଶ ସହରରେ AQI ଅତି ଖରାପ ସ୍ଥିତିରେ ରହୁଛି । ତେବେ ଏନେଇ ଅନୁଗୁଳ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାପ ଷ୍ଟେଜ୍‌-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା କରାଯାଇଛି । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ମଧ୍ୟରେ ସମସ୍ତ ନିର୍ମାଣ କାମ ବନ୍ଦ ରହିବ । ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI, MCLକୁ ପରାମର୍ଶ ଦିଆଯାଇଛି । ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ କରାଯାଇଛି ।

ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ନିରଞ୍ଜନ ମଲ୍ଲିକ କହିଛନ୍ତି ଯେ, "ଗତକାଲି ୩୦୦ ଉପରେ ରହିଥିଲା ୬ଟି ବଡ ବଡ ସହର । ଯାହା ଅତି ଖରାପ ଅବସ୍ଥାରେ ରହିଛି । ଏହା ହଠାତ ହେବାର କାରଣ ହେଉଛି- ଶୀତ ବଢିଛି, ଧୂଳି ରାସ୍ତାରେ ଉଡୁଛି, ଯାହା ଫଳରେ ବାୟୁ ପ୍ରଦୂଷଣ ବିଗିଡିଯାଇଛି । ଭୁବନେଶ୍ୱରରେ ବିଶେଷ କରି ବିଲଡିଂ ନିର୍ମାଣ ସହିତ ଗାଡି ଚାଳନା ଆଦି ପାଇଁ ପ୍ରଦୂଷଣ ବଢୁଛି । ଏହାର ପ୍ରତିକାର ପାଇଁ ବିଏମସି କିମ୍ବା ଜିଲ୍ଲା ସ୍ଥରର ଅଧିକାରୀଙ୍କୁ ମଧ୍ୟ ଏହାର ପ୍ରତିକାର ପାଇଁ ଚିଠି କରାଯାଇଛି । ଜଳ ଛିଞ୍ଚନ କରାଯିବା ନେଇ ମଧ୍ୟ ନିର୍ଦେଶ ଦିଆଯାଇଛି," ବୋଲି ସେ କହିଛନ୍ତି ।


0 Comments