ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍) ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଝୁମ୍ପୁରା ବ୍ଲକର କେନ୍ଦୁଆ ଗ୍ରାମରେ ତାରଣୀସେନ ମୁଣ୍ଡା ଙ୍କ ଏକ ଡିଜିଟାଲ ସେବା କେନ୍ଦ୍ର ଓ ଆନ୍ଧାରୀଖମାଣ ଗ୍ରାମରେ ଶ୍ରୀରାମ ଛତୁଆ କେନ୍ଦ୍ରର ଶୁଭଦ୍ଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଆର ସରପଞ୍ଚ ଆଲେଖ କୁମାର ନାଏକ, ଅର୍ସଳାର ସରପଞ୍ଚ ହେମଲତା ନାଏକ ଏବଂ ନଳିନୀ ମହାନ୍ତ (ଜିପି ନେତା),ପାର୍ବତୀ ମୁଣ୍ଡା(ପୂର୍ବତନ ସରପଞ୍ଚ) ରହି ଉଦ୍ୟମୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲ ଏବଂ କାର୍ଯ୍ୟକ୍ରମର ଶୁଭଦ୍ଘାଟନ କରିଥିଲେ।

ଅତିଥିମାନେ ତାଙ୍କ ଭାଷଣରେ କହିଥିଲେ ଯେ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ୱୟଂରୋଜଗାର ସୁଯୋଗ ମିଳୁଛି ଏବଂ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେଉଛି। ଏପରି ମାଇକ୍ରୋ ଉଦ୍ୟମଗୁଡ଼ିକ ଆଗାମୀ ଦିନରେ ରୋଜଗାର ସୃଷ୍ଟି ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ହେବ ବୋଲି ମତ ପ୍ରକାଶ କରିଥିଲେ I

ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା ( ଇ.ଡି.ଆଇ.ଆଇ )ଦ୍ୱାରା

ରୂପାୟଣ ହେଉଥିବା ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୩୫୦୦ ଟି ନୂତନ ବ୍ୟବସାୟ/ଉଦ୍ୟମ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ଲକ୍ଷ୍ୟ ପାଇଁ ଇ.ଡି.ଆଇ.ଆଇ ଦ୍ୱାରା ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ବ୍ୟବସାୟିକ ତାଲିମ, ବ୍ୟାଙ୍କ ସହ ଆର୍ଥିକ ସଂଯୋଗ , ନିଃଶୁଳ୍କ ଜିଲ୍ଲା ସ୍ତରୀୟ ଉଦ୍ୟାଗ ପ୍ରତିଷ୍ଠା କେନ୍ଦ୍ର ର ସହାୟତା, ମୂଲ୍ୟ ସଂଯୋଜନା, ବିକ୍ରି ବାଟା ସହାୟତା ଓ ଡିଜିଟାଲ ପ୍ରଚାର ପ୍ରସାର ସହାୟତା ଓ ବ୍ରାଣ୍ଡିଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଏହା ମାଧ୍ୟମରେ ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳରେ ସ୍ୱୟଂରୋଜଗାର ସୁଯୋଗ ବଢ଼ିବା ସହ ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

କାର୍ଯ୍ୟକ୍ରମ ଶେଷରେ ଉଦ୍ୟମୀମାନଙ୍କ ସଫଳତା କାମନା କରାଯାଇ ସମସ୍ତଙ୍କ ସହଯୋଗରେ ଏପରି ଉଦ୍ୟମକୁ ଆଗକୁ ନେବା ପାଇଁ ଆହ୍ୱାନ ଜଣାଇଦିଆଗଲା।ଏହି କାର୍ଯ୍ୟକ୍ରମ କୁ ଇ.ଡି.ଆଇ.ଆଇ ର ଜିଲ୍ଲା କାର୍ଯ୍ୟକ୍ରମ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲା ବେଳେ ପ୍ରୋଗ୍ରାମ ଅଫିସର ଆଦିତ୍ୟ ମହାନ୍ତି ଏବଂ ଅରବିନ୍ଦ ବେହେରା ସହଯୋଗ କରିଥିଲେ.

0 Comments