କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରନପୁର ଷ୍ଟେସନ ରେ ଘଟିଛି ଅଘଟଣ। ଷ୍ଟେସନରେ ଥିବା କୋଇଲା ଏକ କୋଇଲା ବୋଝେଇ ଟ୍ରେନ ବଗି ରେ ଯୁବକଙ୍କ ଟଙ୍ଗା ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ପରିଚୟ ହିତାନ୍ସୁ ଶେଖର ସେଠୀ ଜଣା ପଡ଼ିଥିବା ବେଳେ ତାଙ୍କ ଘର ପାଟଣା ବ୍ଲକ୍ ଅନ୍ତର୍ଗତ ବେଗନା ଗ୍ରାମର ବୋଲି ଜଣାପଡିଛି। ପାରିପାର୍ଶିକ ଘଟଣା ରୁ ତାଙ୍କୁ କେହି ହତ୍ୟା କରି ଏଠାରେ
ଟାଙ୍ଗୀ ଦେଇଥିବା ଜଣାପଡ଼ୁଥିଲା ବେଳେ ଘର ଲୋକେ ମଧ୍ୟ ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଯୁବକ ଜଣଙ୍କ ଟାଉନ ଥାନା ଅନ୍ତର୍ଗତ କାଶିପୁର ଠାରେ ଏକ ଇଲେକ୍ଟ୍ରିାଲ ଦୋକାନ ଦେଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଏକ ଛୋଟ ପୁଅ ଅଛନ୍ତି। ଖବର ପାଇ ରେଲୱେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।